oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ବସ୍‌ଷ୍ଟାଣ୍ଡରେ ସ୍ତ୍ରୀ ସହ ଝଗଡା କରି ହାତ କାଟିଦେଲେ ସ୍ବାମୀ

17/02/2021 at 4:08 PM

ଢେଙ୍କାନାଳ ୧୭।୨: ବିଚ୍ ରାସ୍ତାରେ ହାତ କାଟିଲେ ଯୁବକ । ସ୍ତ୍ରୀଙ୍କ ସହ ବଚସା ହେବା ପରେ ଏବଳି ଉନ୍ମତକାଣ୍ଡ ଘଟାଇଛନ୍ତି ଯୁବକ । ଢେଙ୍କାନାଳ ସହରର ବସଷ୍ଟାଣ୍ଡ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଜ ହାତକୁ ବ୍ଲେଡରେ କାଟି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟାଉନ୍ ପୋଲିସ ଉଭୟଙ୍କୁ ଉଦ୍ଧାର କରିଛି । ଆହତ ଯୁବକଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ସଦର ଥାନା ଅନ୍ତର୍ଗତ ବେଶଲିଆ ଗ୍ରାମର ଜ୍ଞାନ ମହାପାତ୍ର ।

ସୂଚନାଯୋଗ୍ୟ ଯେ, ଜ୍ଞାନ ୪ ବର୍ଷ ପୂର୍ବେ ବାଲିମି ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମର ରିମି ଶତପଥୀଙ୍କୁ ପ୍ରେମ ବିବାହ କରିଥିଲେ । ରିମି ଢେଙ୍କାନାଳ ସହରରେ ଏକ ଟିଭି ଶୋ ରୁମରେ ସେଲ୍ସ  ଓମେନ ଭାବେ କାମ କରନ୍ତି । ଏପଟେ ଜ୍ଞାନ କଟକରେ ଏକ ଫେବ୍ରିକେସନ ୟୁନିଟରେ କାମ କରନ୍ତି । ତେବେ ପତ୍ନୀ ରିମିଙ୍କ ଚରିତ୍ରକୁ ସନ୍ଦେହ କରି  ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଇଛି । ଉଭୟଙ୍କୁ ଟାଉନ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି ।

   Related Posts