ପତ୍ନୀଙ୍କୁ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା

Published By : Prameya-News7 Bureau | November 03, 2018 IST

ନବରଙ୍ଗପୁର ୩/୧୧ : ପତ୍ନୀକୁ ଆକ୍ରମଣ ପରେ ଆତ୍ମହତ୍ୟା କରିଛି ସ୍ୱାମୀ | ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଗୋନା ଖରକାରପାରାରେ | ନିଜ ସ୍ତ୍ରୀକୁ ଟାଙ୍ଗିଆ ଓ କୋଦାଳରେ ଆକ୍ରମଣ କରି ସ୍ଵାମୀ ବଲ ନାୟକ ଘରପାଖ ବରକୋଳି ଗଛରେ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଛି । ଗୁରୁତର ସ୍ତ୍ରୀକୁ ଅବସ୍ଥାରେ ରାଇଘର ମେଡିକାଲ୍ ରୁ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି | ସୂଚନାଯୋଗ୍ୟ ଯେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିଲା | ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା | ଆଜି ସକାଳେ ସ୍ତ୍ରୀ ପାଖ ଅଂଚଳକୁ କନ୍ଦା ଖୋଲିବାକୁ ଯାଇଥିଲେ | କୌଣସି କାରଣରୁ ସ୍ୱାମୀ ବଲ ନାୟକ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା | ଏହାପରେ ନିଜେ ବେକରେ ଗାମୁଛା ଲଗାଇ ଗଛରେ ଟାଙ୍ଗି ହୋଇଯାଇଥିଲା | ପାଖଲୋକ ଗୁରୁତର ସ୍ତ୍ରୀକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.