ସ୍ତ୍ରୀକୁ ହତ୍ୟା କରିବା ପରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ବାମୀ

Published By : Prameya-News7 Bureau | August 14, 2019 IST

ମୋହନା ୧୪|୮: ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ କଲା ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଚନ୍ଦ୍ରଗିରି ଚନ୍ଦନପୁର ଗାଁରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":144173}

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ଚନ୍ଦ୍ରଗିରି ଚନ୍ଦନପୁର ଗାଁରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଲୁଗାରେ ଟାଙ୍ଗି ସ୍ବାମୀ ଆତ୍ମହତ୍ୟା କରିଛି । ଘରେ ଭିତରେ ମହିଳାଙ୍କ ମୃତଦେହ ପଡିଥିବାବେଳେ ଝୁଲନ୍ତା ଅବସ୍ଥାରେ ସ୍ବାମୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

{"id":144174}

ତେବେ ହତ୍ୟାର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ପାରିବାରିକ କଳହରୁ ଏଭଳି କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.