oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଠକି ଦେଲେ ସ୍ବାମୀ: ସ୍ତ୍ରୀକୁ ବାପଘରେ ଛାଡି କୁଆଡେ ଉଭାନ ହୋଇଗଲେ ସ୍ବାମୀ, ବୋହୂର ସ୍ବୀକୃତି ପାଇଁ ଅଡ଼ି ବସିଛନ୍ତି ମହିଳା

25/12/2020 at 11:07 AM

ସୋର୨୫/୧୨:  ବୋହୂର ସ୍ବୀକୃତି ଦାବିରେ ଶାଶୁଘର ସାମ୍ନାରେ ଧାରଣାରେ ବସିଛନ୍ତି ମହିଳା। ସ୍ତ୍ରୀଙ୍କୁ ବାପ ଘରେ ଛାଡି କୁଆଡେ ଉଭାନ ହୋଇଗଲେ ସ୍ବାମୀ। ଏପର୍ଯ୍ୟନ୍ତ ତାଙ୍କର ଖୋଜ ଖୋବର ନାହିଁ। ଏପରି କି ଫୋନ କରି ସ୍ତ୍ରୀ ଭଲମନ୍ଦ କଥା ବି ପଚାରି ବୁଝିବା ପାଇଁ ମଧ୍ୟ ସ୍ବାମୀଙ୍କ ପାଖରେ ସମୟ ନାହିଁ। ସ୍ତ୍ରୀ ଏବଂ ବୋହୂର ସ୍ବୀକୃତି ଦାବିରେ ଶାଶୁଘର ପିଣ୍ଡାରେ ଅଡ଼ି ବସିଛନ୍ତି ମହିଳା।

ସୂଚନାଥାଉକି ବାଲେଶ୍ବର ଖଇରା ଥାନା ଅଚ୍ୟୁତପୁର ଗାଁର ଦିବାକର ପାଢ଼ୀଙ୍କ ଝିଅ ମନୋଜିନୀ (ଛଦ୍ମନାମ) ଜଦଳା ପଞ୍ଚାୟତର ଜଳଦାଶାସନ ଗାଁର ରାମକୃଷ୍ଣ ପଣ୍ଡାଙ୍କୁ  ପ୍ରେମ ବିବାହ କରିଥିଲେ।୨୦୧୯ ମସିହା ମେ ୧୫ ତାରିଖରେ ଭୁବନେଶ୍ବର ସାଇମନ୍ଦିରରେ ହିନ୍ଦୁ ରୀତି ରିବାଜରେ ଉଭୟଙ୍କ ବାହାଘର ହୋଇଥିଲା।

ବିବାହର ୧୦ ମାସ ପର୍ଯ୍ୟନ୍ତ ସ୍ବାମୀ-ସ୍ତ୍ରୀ ଭୁବନେଶ୍ବରରେ ଏକ ଭଡ଼ା ଘରେ ରହୁଥିଲେ। ଗତ ମାର୍ଚ୍ଚରୁ ବାପଘରେ ସ୍ତ୍ରୀଙ୍କୁ ଛାଡି ସ୍ବାମୀ କୁଆଡ଼େ ଚାଲି ଯାଇଛନ୍ତି। ସ୍ତ୍ରୀଙ୍କ ପାଖକୁ ଫୋନ୍ ବି କରୁ ନାହାନ୍ତି। ଭରଣପୋଷଣ ପାଇଁ ଗୋଟେ ବି ଟଙ୍କା ଦେଉନଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏ ନେଇ ସରୋଜିନୀ ଶାଶୁଘର ପିଣ୍ଡାରେ ଧାରଣାରେ ବସିଛନ୍ତି।

   Related Posts