ହନିମୁନର ୨ ସପ୍ତାହ ପରେ ଧୋକା ଦେଲା ସ୍ୱାମୀ, ସବୁ ରହସ୍ୟ ଖୋଲିଦେଲା ଚାବି

Published By : Prameya-News7 Bureau | December 10, 2020 IST

ବ୍ରିଟେନ,୧୦/୧୨:    ବିବାହ ପରେ ପତ୍ନୀଙ୍କୁ ଧୋକା ଦେଲା ସ୍ୱାମୀ । ହନିମୁନରୁ ଫେରିବା ପରେ ଧରା ପଡିଗଲା ପତିର କାରନାମା । ଗୋଟିଏ ଚାବି ହିଁ ଖୋଲିଦେଲା ସବୁ ସତ । ବ୍ରିଟେନରେ ଏହି ଘଟଣା ଦେଖିବାକୁ ମିଳିଛି । ନିଜର ଦୁଃଖ କାହାଣୀ କାନ୍ଦି କାନ୍ଦି ବୟାନ କରିଛନ୍ତି ଜଣେ ମହିଳା । ଯାହା ଶୁଣିଲେ ଆଖିରୁ ଲୁହ ଝରି ଆସିବ ।

ପ୍ରତାରଣାର ଶିକାର ମହିଳାଜଣଙ୍କ କହିଛନ୍ତି ଯେ, କାହାକୁ ଭରସା କରିବା ଅନୁଚିତ । ସେ ପୂର୍ବରୁ ବିବାହିତ ଥିଲେ । ନିକଟରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ପ୍ରଥମ ପତିଙ୍କଠାରୁ ତାଙ୍କର ଏକ ସନ୍ତାନ ରହିଛି । ବିଚ୍ଛେଦର କିଛିଦିନ ପରେ ସେ ବ୍ରାଣ୍ଡନ୍ ନାମକ ଜଣେ ଯୁବକଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ବ୍ରାଣ୍ଡନ ତାଙ୍କୁ ରାଜକୁମାରୀ ଭଳି ରଖୁଥିଲେ । ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ମହିଳାଙ୍କ କିଛି ବନ୍ଧୁ ସତର୍କ ବ୍ରାଣ୍ଡନଙ୍କଠୁ ସତର୍କ ରହିବାକୁ କହୁଥିଲେ । ଏହାସତ୍ତ୍ୱେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।  

କିନ୍ତୁ ହନିମୁନର କିଛି ସପ୍ତାହ ପରେ ବ୍ରାଣ୍ଡନ ସହର ବାହାରକୁ ଯାଇଥିଲେ । କିଛି ଦିନ ଯାଏଁ ଘରକୁ ଫେରିବେ ନାହିଁ ବୋଲି କହିଥିଲେ । ଏହାପରେ ସେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ବ୍ରାଣ୍ଡନଙ୍କ ଜ୍ୟାକେଟରୁ ଏକ ହୋଟେଲରେ ଚାବି ମିଳିଥିଲା । ପ୍ରଥମେ ବ୍ରାଣ୍ଡନ ରହୁଥିବା ହୋଟେଲର ଚାବି ବୋଲି ମହିଳା ଭାବିଥିଲେ ।ଏହାକୁ ନେଇ ସେ ବ୍ରାଣ୍ଡନୁ ଦେଖାଇଥିଲେ ।

ଏହାର ଉତ୍ତରରେ ବ୍ରାଣ୍ଡନ୍ କହିଥିଲେ ଯେ, ତମେ ମୋତେ ଶେଷରେ ଧରିଦେଲ । ଅର୍ଥାତ ବ୍ରାଣ୍ଡନ୍ ହୋଟେଲରେ ଅନ୍ୟ ଜଣେ ଯୁବତୀଙ୍କ ସହ ରହୁଥିଲେ । ଚାବି ହିଁ ସବୁ ସତ ପଦାରେ ପକାଇ ଦେଇଥିଲା । ଏହି ଘଟଣା ପରେ ଉଭୟ ଅଲଗା ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.