ପ୍ରେମିକା ସହ ମଉଜ‌ କରୁଥିଲେ ସ୍ବାମୀ, ରେଡ୍ ‌ହ୍ୟାଣ୍ଡରେ ଧରିଲେ: ସମ୍ପର୍କୀୟଙ୍କ ସହ ମିଶି ନିର୍ଧୁମ ଛେଚିଲେ ପତ୍ନୀ

Published By : Prameya-News7 Bureau | October 16, 2020 IST

ଲକ୍ଷ୍ନୌ ୧୬/୧୦: ପ୍ରେମିକାଙ୍କ ସହ ମସ୍ତି କରୁଥିବା ବେ​‌ଳେ ପଡ଼ିଗଲେ ସ୍ତ୍ରୀଙ୍କ ନଜରରେ । ବାସ୍‌ ତାପରେ ସବୁ ସରିଲା। ସ୍ତ୍ରୀଙ୍କ ମାଡ଼ରେ ବେହାଲ ହେଲେ ସ୍ବାମୀ। ମାଡ଼ ମାରିବା ସହ ପୋଲିସରେ ଜିମା ଦେଲେ ମହିଳା। ଏମିତି ଏକ ଘଟଣା ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଘଟିଛି। କାନପୁରରୁ ପରିବାର ସହ ତ୍ରିବେଣୀନଗର ଆସିଥିଲେ ମହିଳା। ତ୍ରିବେଣୀନଗରର ଶିବଲୋକ କଲୋନିରେ ସେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ବାସ କରିପାରିଲେ ନାହିଁ। ତାଙ୍କ ସ୍ବାମୀ ନିଜ ପ୍ରେମିକଙ୍କ ସହ ଥିବାର ଦେଖି କ୍ରୋଧ ରୋକିପାରିଲେନି ମହିଳା। ତାପରେ ସ୍ବାମୀଙ୍କୁ ଉତ୍ତମ ମଧ୍ୟମ ଦେବା ସହ ପୋଲିସର ଜିମା ଦେଇଥିଲେ।

ପୋଲିସର ସୂଚନା ଅନୁସାରେ କାନପୁର ବାସିନ୍ଦା ଯୁବତୀଙ୍କ ବିବାହ ୨୦୧୯ରେ ଓରିୟାର ନବନୀତ ତିଓ୍ବାରୀଙ୍କ ସହ ହୋଇଥିଲା। ନବନୀତ ପେଶାରେ ଜଣେ ଠିକାଦାର ଥିଲେ। କିନ୍ତୁ ଯୁବତୀଙ୍କ ଅଭିଯୋଗ କ୍ରମେ ତାଙ୍କ ସ୍ବାମୀ ସେକ୍ସ ରାକେଟ ପରିଚାଳନା କରନ୍ତି। ଏପରିକି ତାଙ୍କୁ ସେହି ଧନ୍ଦାରେ ସାମିଲ କରିବାକୁ ତାଙ୍କ ସ୍ବାମୀ ଚେଷ୍ଟା କରିଥିଲେ। କିନ୍ତୁ ସେ ଏହାକୁ ବିରୋଧ କରିବାରୁ ପରସ୍ପର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରେ ଯୁବତୀଜଣଙ୍କ ନିଜ ବାପ ଘରକୁ ପଳାଇଥିଲେ।

ଯୁବତୀଙ୍କ ଅନୁସାରେ ସେ ତାଙ୍କ ସ୍ବାମୀଙ୍କୁ ନିଜେ ଧରିବାକୁ ଚାହୁଁଥିଲେ। ତେଣୁ ସେ ପରିବାର ଲୋକ ଓ ସମ୍ପର୍କୀୟଙ୍କ ସହଯୋଗ ଲୋଡ଼ିଥିଲେ। ପ୍ରଥମେ ତାଙ୍କ ସ୍ବାମୀଙ୍କ ଠିକଣା ଜାଣିବାକୁ ପାଇଥିଲେ। ପରେ ତାଙ୍କ ବାପା ଓ ଭାଇଙ୍କ ସମେତ ତ୍ରୀବେଣିନଗରରେ ଥିବା ଶିବଲୋକ କଲୋନିର ଏକ ଘରେ ପଶିଯାଇଥିଲେ ଯୁବତୀ। ସେଠାରେ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ସହ ଆପତ୍ତିଜନକ ପରିସ୍ଥିତିରେ ଥିବା ଦେଖିବାକୁ ପାଇଥିଲେ। ସ୍ବାମୀଙ୍କୁ ନିର୍ଧୁମ ଛେଚିବା ପରେ ୧୧୨ରେ କଲ୍‌ କରି ସୂଚନା ଦେଇଦେଲେ ଯୁବତୀ। ପରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.