ରାଜଧାନୀରେ ଚାଞ୍ଚଲ୍ୟ, ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

Published By : Prameya-News7 Bureau | November 20, 2023 IST

ଭୁବନେଶ୍ୱର ୨୦/୧୧: ରାଜଧାନୀରେ ଚଞ୍ଚଲ୍ୟ । builder ସଂସ୍ଥା ଭିତରେ ପଶି ପତ୍ନୀକୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ । ଘଟଣା ଘଟିଛି ଭରତପୁର ଥାନା ଅଧୀନରେ । ପାରିବାରିକ ବିବାଦକୁ କେନ୍ଦ୍ରକରି ଘଟିଛି ଏମିତି ଘଟଣା । ଯାହା ଜଣାପଡୁଛି ସ୍ୱାମୀ ଆକ୍ରମଣ କରିବାକୁ ଆସିବା ବେଳେ ପାଖରେ ମାରଣାସ୍ତ୍ର ଲୁଚାଇ ରଖିଥିଲେ ।

ସୂଚନା ଥାଉକି, ସବୁଦିନ ଭଳି ଆଜି ବି ଅଫିସ ଆସିଥିଲେ ମଧୁସ୍ମିତା । ଦିନ ଗୋଟାଏ ବେଳେ ମଧୁସ୍ମିତା କାମ କରୁଥିବାବେଳେ ହଠାତ୍ ବିଲଡର ସଂସ୍ଥାକୁ ପଶି ଆସିଥିଲେ ସ୍ୱାମୀ । ତେବେ ହଠାତ୍ ସ୍ତ୍ରୀକୁ ଦେଖି ମରାଣାନ୍ତକ ଆକ୍ରମଣ କରିଥିଲେ ସ୍ୱାମୀ । ପତ୍ନୀ ଯେତେ କାକୁତି ମିନତି କରିଥିଲେ ବି ସ୍ୱାମୀ ଶୁଣିନଥିଲେ ।

wp:embed {"url":"https://www.prameyanews7.com/mou-for-metro-rail-project-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mou-for-metro-rail-project-in-bhubaneswar/
/wp:embed

ଏମିତିକି ରକ୍ତମୁଖା ସ୍ୱାମୀଙ୍କୁ ଦେଖି ଭୟରେ କେହି ପାଖକୁ ଆସିନଥିଲେ ଷ୍ଟାଫ୍ । ଶେଷରେ ସ୍ୱାମୀଙ୍କ ଆକ୍ରମଣରେ ଗୁରୁତର ହୋଇପଡିଥିଲେ ମଧୁସ୍ମିତା । ରକ୍ତମୁଖ ସ୍ୱାମୀ ଆକ୍ରମଣ କରିବା ପରେ ଖସିବାକୁ ଉଦ୍ୟମ କରୁଥିଲା ହେଲେ ବିଲଡର ସଂସ୍ଥାର କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ ।

ପରେ ପୋଲିସ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି । ଅଫିସ କାର୍ଯ୍ୟାଳୟରୁ ତାକୁ ଗିରଫ କରାଯାଇଛି । ଆହତ ମହିଳା ଜଣକ ଅବସ୍ଥା ଶୋଚନୀୟ ରହିଛି । ପୋଲିସ ଇନଭେଷ୍ଟିଗେସନ ପରେ ସବୁକିଛି ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.