ସୀମା ଟପିଲା ବର୍ବରତା : ମହିଳାଙ୍କୁ ଦାଣ୍ଡରେ ପକାଇ ବେଲ୍ଟରେ ମାଡ, ଗୋଇଠା ଉପରେ ଗୋଇଠା ମାରିଲା ସ୍ବାମୀ !

Published By : Prameya-News7 Bureau | July 14, 2022 IST

ଉଦଳା ୧୪।୭: ସୀମା ଟପିଲା ବର୍ବରତା । ଦୃଶ୍ୟ ଦେଖିଲେ ଯେକେହି ବି ସ୍ତବ୍ଧ ହୋଇଯିବ । ଜଣେ ମହିଳାଙ୍କୁ ସତରେ କଣ ଏମିତି ମାଡ ମରାଯାଇପାରେ । ମହିଳାଙ୍କୁ ଘର ବାହାରେ ଘୋଷାରି ଘୋଷାରି ମାଡ ମରାଯାଉଛି । ତାହା ପୁଣି ବେଲ୍ଟରେ । ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କାଲାଡାହି ଗ୍ରାମର ବୋଲି କୁହାଯାଉଛି ।

ମାଡ ଖାଉଥିବା ମହିଳା ଜଣଙ୍କ ଜଣେ ଆଦିବାସୀ ହୋଇଥିବା ବେଳେ ସେ ଦିନମଜୁରିଆ ଭାବେ କାମ କରନ୍ତି । ମାଡ ମାରୁଥିବା ବ୍ୟକ୍ତି ଜଣକ ତାଙ୍କ ସ୍ଵାମୀ । ମହିଳାଙ୍କର ଜଣେ ରାଜମିସ୍ତ୍ରୀଙ୍କ ସହିତ ପରକୀୟା ପ୍ରୀତି ରହିଥିବା ଜାଣିବା ପରେ ସ୍ଵାମୀ ଏପରି ନିର୍ଦ୍ଦୟ ଭାବେ ମାଡ ମାରୁଥିବା କୁହାଯାଉଛି । ଘଟଣାଟି ଦୁଇରୁ ତିନି ଦିନ ତଳର ହୋଇଥିବା କୁହାଯାଉଛି ।

ମହିଳା ଜଣଙ୍କୁ ତାଙ୍କ ସ୍ଵାମୀ ବେଲ୍ଟରେ ବାଡେଇବା ସହିତ ତାଙ୍କ ବେକରେ ବେଲ୍ଟ ବାନ୍ଧି ଘୋଷାରି ଘୋଷାରି ଦାଣ୍ଡ ଦୁଆରେ ପିଟୁଥିବାର ଦେଖିବାକୁ ମିଳିଛି । ଏହାସହ ଗୋଇଠା ଉପରେ ଗୋଇଠା ମାରୁଥିବାର ମଧ୍ୟ ସ୍ପଷ୍ଟ ଜଣାପଡୁଛି । ହେଲେ ଏ ନେଇ ଥାନାରେ କୌଣସି ମାମଲା ହୋଇ ନଥିବା ଜଣାପଡିଛି । ସେଠାରେ ଉପସ୍ଥିତ ଥିବା ପଡୋଶୀ ଏବଂ ସଂପର୍କୀୟ କେବଳ ଦେଖଣାହାରୀ ସାଜିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.