ଗାଁ ମଶାଣିରେ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା, ଅଭିଯୁକ୍ତକୁ ଗିରଫ କରି ପୋଲିସର ତନାଘନା ଆରମ୍ଭ
26/01/2023 at 4:48 PM

କୋରାପୁଟ: ପ୍ରେମ ବିବାହ କରି ଥିବା ନିଜ ପତ୍ନୀକୁ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବରେ ଟାଙ୍ଗିଆ ହାଣି ହତ୍ୟା କରି ଥିବା ଅଭିଯୋଗ ହୋଇଛି। ଏଭଳି ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରି ବେଡା ଗାଁ ରେ। ମୃତ ମହିଳା ଜଣକ ହେଲେ ମମିତା ମୁଦୁଲି। ଅଭିଯୁକ୍ତ ସ୍ବାମୀ ହେଲା ଅଜୟ ମୁଦୁଲି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଠାରୁ ଆକ୍ରମଣ କରିଥିବା ଟାଙ୍ଗିଆ ଜବତ କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଦଶମନ୍ତପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବିଲ ରେ କାମ କରି ଘରକୁ ଫେରୁଥିବା ବେଳେ କୈାଣସି କଥା କୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇ ଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ସ୍ଵାମୀ ଅଜୟ ମୁଦୁଲି ନିତିଦିନ ବ୍ୟବହାର କରୁଥିବା ଧାରୁଆ ଟାଙ୍ଗିଆରେ ସ୍ତ୍ରୀର ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟ ପଟେ ଅଧିକ ତଦନ୍ତ ପାଇଁ କୋରାପୁଟ ର ଏକ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।