ମଦ ପିଇବାକୁ ସ୍ତ୍ରୀ ଟଙ୍କା ଦେଲାନି, ରାଗରେ ସ୍ବାମୀ କବାଟ କିଳି ଦଉଡିରେ ଝୁଲିଗଲା

Published By : Prameya-News7 Bureau | July 02, 2022 IST

ସମ୍ବଲପୁର ୨।୭: ୧୦୦ ଟଙ୍କା ପାଇଁ ଜୀବନ ହାରିଲେ । ମଦ ପିଇବାକୁ ସ୍ତ୍ରୀ ଟଙ୍କା ନଦେବାରୁ ସ୍ବାମୀ ଆତ୍ମହତ୍ୟା କରଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ହୀରାକୁଦରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ହୀରାକୁଦ ବନ୍ଧପଡାର କାର୍ତ୍ତିକ ଖଟୁଆ ନାମକ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଶୁକ୍ରବାର ରାତିରେ କାର୍ତ୍ତିକ ନିଜ ସ୍ତ୍ରୀଙ୍କୁ ମଦ ପିଇବାକୁ ୧୦୦ ଟଙ୍କା ମାଗିଥିଲେ । ସ୍ତ୍ରୀଙ୍କ ପାଖରେ ମୋଟ୍ ୩ଶହ ଟଙ୍କା ଥିବାବେଳେ ଏହି ଟଙ୍କାରେ ଘର ଚଳିବ କହି ଦେଇନଥିଲେ । ଫଳରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ତେବେ ସ୍ବାମୀ କାର୍ତ୍ତିକ ଖଟୁଆ ରାଗିଯାଇ କବାଟ ବନ୍ଦ କରି ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କ ପୁଅ ଦଉଡି କାଟି ମୃତଦେହ ତଳକୁ ଓହ୍ଲାଇଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.