ସ୍ତ୍ରୀକୁ ପରପୁରୁଷ ହାତରେ ଟେକି ଦେଇଥିବା ଜୁଆଡି ସ୍ୱାମୀ ଗିରଫ
1/06/2018 at 5:17 AM

ସ୍ତ୍ରୀକୁ ପରପୁରୁଷ ହାତରେ ଟେକି ଦେଇଥିବା ଜୁଆଡି ସ୍ୱାମୀ ଗିରଫ । ଧାର ଟଙ୍କା ଶୁଝିବାକୁ ସ୍ତ୍ରୀର ଇଜ୍ଜତ ବିକ୍ରି କରିଥିବା ଅଭିଯୁକ୍ତ ସହ ଦୁଷ୍କର୍ମକାରୀକୁ ବି ଗିରଫ କରିଛି ବାଲିଆପାଳ ପୋଲିସ । ଗତ ୨୩ ତାରିଖ ପରଠୁ ଦୁଇ ଅଭିଯୁକ ଫେରାର ଥିଲେ । ବାଲିଆପାଳ ଥାନା ଅଞ୍ଚଳର ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ବାଲେଶ୍ୱର ଏସ୍ ପିଙ୍କ ନିକଟରେ ପୀଡିତା ମହିଳା ଜଣକ ଫେରାଦ ହେବା ପରେ ଘଟଣାଟି ଜଣାପଡିଥିଲା । ୧୮ ବର୍ଷ ତଳେ ବିବାହ କରିଥିବା ଏବଂ ୩ ଟି ସନ୍ତାନର ମାଆ ଅଭିଯୋଗ କରିଥିଲେ ଯେ, ତାଙ୍କ ଜୁଆଡି ସ୍ୱାମୀ ବାରମ୍ବାର ଜୁଆଖେଶି ସର୍ବସ୍ୱାନ୍ତ ହେବା ପରେ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି । ଧାର ଟଙ୍କା ଶୁଝିବା ସର୍ତ୍ତରେ ପାଇଁ ମହିଳଙ୍କୁ ତାଙ୍କ ଜୁଆଡି ସ୍ୱାମୀ ଅଭିଯୁକ୍ତ ଧାରଦାତା ଅଭି ଦଳେଇ ହାତରେ ଟେକି ଦେଇଥିଲେ । ଏବଂ ଅଭି ଦଳେଇ ତାଙ୍କୁ ଦୁଷ୍କର୍ମ କରିଥିଲା ଓ ସେଥିରେ ମହିଳାଙ୍କ ସ୍ୱାମୀ ସହଯୋଗ ବି କରିଥିବା ଅଭିଯୋଗ କରିଥିଲେ ପୀଡିତା । ପୋଲିସରେ ଅଭିଯୋଗ ପରଠୁ ମହିଳାଙ୍କ ଜୁଆଡି ସ୍ୱାମୀ ଓ ଅଭିଯୁକ୍ତ ଦୁଷ୍କର୍ମକାରୀ ଅଭିଦଳାଇ ଫେରାର ହୋଇଯାଇଥିଲେ । ତେବେ ଉଭୟଙ୍କୁ ଏବୋ ଗିରଫ କରିବାରେ ସମର୍ଥ ହୋଇଛି ବାଲିଆପାଳ ଥାନା ପୋଲିସ । ଧାର ଟଙ୍କା ପାଇଁ ଜୁଆଡି ସ୍ୱାମୀ ସ୍ତ୍ରୀର ଇଜ୍ଜତକୁ ବିକ୍ରିକରିବାର ଏହି ଘଟଣାକୁ କଳିଯୁଗର ମହାଭାରତବୋଲି କୁହାଯାଉଥିବାବେଳେ ଏହା ଆଲୋଚନାର ଖୋରାକ ବି ହୋଇଛି ।