ଗ୍ୟାସ୍ ଟାଙ୍କି ବିସ୍ଫୋରଣ ମାମଲାରେ ଟ୍ବିଷ୍ଟ : ଦୁର୍ଘଟଣା ନୁହେଁ ନବବଧୂଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

Published By : Prameya-News7 Bureau | February 19, 2020 IST

ଚାନ୍ଦବାଲି ୧୯।୨: ଗ୍ୟାସ୍ ଟାଙ୍କି ଲିକ୍ ଯୋଗୁଁ ନବବଧୂ ପୋଡି ହୋଇ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ ନେଇଛି । ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଶ୍ବଶୁର ଘରର ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅନ୍ୟମାନେ ଏପର୍ଯ୍ୟନ୍ତ ଫେରାର ଅଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

{"id":226295,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଚଡଦିଆ ଗାଁରେ ଗତ ୧୬ ତାରିଖ ଦିନ ତୁଷାରକାନ୍ତ ମହାଳିକଙ୍କ ଘରେ ରନ୍ଧନ ଗ୍ୟାସ୍ ଟାଙ୍କି ଲିକ୍ ହେବା ଯୋଗୁଁ ସ୍ତ୍ରୀ ପୂର୍ଣ୍ଣିମା ଦାସଙ୍କ ମୃତ୍ୟୁ ହୋଇଥିଲା । ମୃତ ପୂର୍ଣ୍ଣିମାଙ୍କ ପରିବାର ଲୋକ ଏହାକୁ ଏକ ହତ୍ୟାକାଣ୍ଡ ଦର୍ଶାଇ ବାଂଶଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି । ଘଟଣାରେ ଅନ୍ୟମାନଙ୍କ ସପୃକ୍ତି ନେଇ ତଦନ୍ତ ଜାରି ରଖିଛି ପୋଲିସ ।

{"id":226296,"sizeSlug":"large"}

ପୂର୍ଣ୍ଣିମାଙ୍କ  ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଝିଅର ପ୍ରେମ ବିବାହ ପରେ ସୁନା ଅଳଙ୍କାର ସହ କିଛି ଯୌତୁକ ଦିଆଯାଇଥିଲା । ହେଲେ ଏବେ ଝିଅର ଶ୍ବଶୁରଘର ଲୋକ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରିବା ସହ ଅଧିକାଂଶ ସମୟରେ ଝିଅକୁ ମାରପିଟ୍ କରୁଥିଲେ । ଘଟଣା ଘଟିବା ପୂର୍ବ ରାତିରେ ଝିଅ ଫୋନରେ ମୋତେ ମାରିଦବେ ମେତେ ଶୀଘ୍ର ନେଇଯାଅ ବୋଲି କହିଥିଲା ।  ହେଲେ ସକାଳୁ ଖବର ମିଳିଲା ଯେ, ଗ୍ୟାସ୍ ଟାଙ୍କି ଲିକ୍ ହେବା ଯୋଗୁଁ ଝିଅ ପୋଡିହୋଇ ମରିଯାଇଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ । ତେଣୁ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ସଠିକ୍ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.