ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ମାମଲାରେ ବନ୍ଧା ହେଲେ ସ୍ବାମୀ

Published By : Prameya-News7 Bureau | February 26, 2024 IST

ଭୁବନେଶ୍ବର ୨: ଲିଙ୍ଗରାଜ ଶ୍ରୀ ରାମ ନଗର ଅଞ୍ଚଳରେ ଝିଲି ସେଠୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବନ୍ଧା ହେଲେ ସ୍ବାମୀ । ସ୍ବାମୀ ଚନ୍ଦନ ସେଠୀକୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଥିଲେ ପୋଲିସ ।  ପତ୍ନୀ ଝିଲି ସେଠୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ଘୋଷଣା  କରିଥିଲେ । ଏହି ଘଟଣାରେ ଲିଙ୍ଗରାଜ ଥାନାରେ ମୃତକ  ଝିଲି ସେଠୀଙ୍କ ପରିବାର ଅଭିଯୋଗ ପରେ ପୋଲିସ ତଦନ୍ତ କରିଥିଲେ ।  ସ୍ବାମୀ-ସ୍ତ୍ରୀ ଝଗଡା ପରେ ସ୍ବାମୀ ତାଙ୍କୁ ମାଡ ମାରିଥିଲେ । ଯାହାକୁ ନେଇ ପତ୍ନୀ ଘରୁ ବାହାରକୁ ଚାଲିଆସିଥିଲେ । ଏହା ସହିତ ସ୍ବାମୀ ମଧ୍ୟ ଘରୁ ଚାଲିଯାଇଥିଲେ କିନ୍ତୁ ପରେ ସ୍ବାମୀ ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ବୋଲି ପୋଲିସ ନିକଟରେ କହିଥିଲେ । ପୋଲିସର ସନ୍ଦେହ ହେବାରୁ ଅଧିକ ତଦନ୍ତ ପରେ ଜାଣିବାକୁ ପାଇଥିଲେ ଯେ, ସ୍ଵାମୀଙ୍କ କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏନେଇ ସ୍ବାମୀ ଚନ୍ଦନ ସେଠୀଙ୍କ ବିରୋଧରେ ୩୦୨ ହତ୍ୟା ମାମଲା ରୁଜୁ କରି ଗିରଫ କରିଛି ।

You Can Read :

wp:embed {"url":"https://www.prameyanews7.com/villagers-gheraoed-sp-office-after-theft-from-the-temple-in-bargarh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/villagers-gheraoed-sp-office-after-theft-from-the-temple-in-bargarh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.