ବନ୍ଦ ଘରୁ ମିଳିଲା ସ୍ଵାମୀ ଓ ସ୍ତ୍ରୀଙ୍କ ମୃତଦେହ, ପୋଲିସର ତନାଘନା

Published By : Prameya-News7 Bureau | July 30, 2024 IST

କୋରାପୁଟ: ଘର ଭିତରୁ ଉଦ୍ଧାର ହେଲା ନବ ବିବାହିତା ସ୍ଵାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ଘଟଣା ଘଟିଛି କୋରାପୁଟ ସଦର ଥାନା ମାଲିଙ୍ଗ ଯୋଡ଼ି ଗ୍ରାମରେ। ମୃତକ ହେଉଛନ୍ତି ନରେଶ ନାୟକ ଏବଂ ତାଙ୍କ ପତ୍ନୀ ଭବାନୀ ନାୟକ। 

ଖଟ ଉପରେ ସ୍ତ୍ରୀଙ୍କ ମୃତଦେହ ଥିବାବେଳେ ଝୁଲନ୍ତା ଅବସ୍ଥାରେ ସ୍ଵାମୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାରଲୋକେ ଉଭୟଙ୍କୁ ମୃତ ଦେଖି କୋରାପୁଟ ସଦର ପୋଲିସକୁ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ କୋରାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ଉଭୟ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.