ଖୋଲିଲା ସଫାରି ଗାଡିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ : ପ୍ରେମିକା ପାଇଁ ସ୍ତ୍ରୀର ପାଟି ଚିପି ହତ୍ୟା କରିଥିଲା ସ୍ବାମୀ, ସଂଗ୍ରାମ ଓ ସିଗ୍ଧା ଗିରଫ

Published By : Prameya-News7 Bureau | October 04, 2018 IST

ଭୁବନେଶ୍ବର ୪|୧୦: ସାମନ୍ତରାପୁର ଶ୍ରୀରାମନଗରରେ ସଫାରି ଗାଡି ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି । ପୋଲିସ ମୃତ ମହିଳା ତନୁଜା ଆଇଚଙ୍କ ସ୍ବାମୀ ସଂଗ୍ରାମ ଆଇଚ ଓ ସଂଗ୍ରାମଙ୍କ ପ୍ରେମିକା ୨୧ବର୍ଷ ବୟସ୍କା ସିଗ୍ଧା ଦାସକୁ ଗିରଫ କରିଛି । ସଂଗ୍ରାମ ଆଏଚକୁ  କଲିକତାର ବଡବଜାରରୁ ଗିରଫ କରିଛି ସ୍ପେସାଲ ସ୍କ୍ବାର୍ଡ । ସଂଗ୍ରାମଙ୍କ ନିକଟରୁ ତାଙ୍କର ୫ବର୍ଷର ପୁଅକୁ ଉଦ୍ଧାର କରାଯାଇଛି । ଆଉ ସଂଗ୍ରାମ ବୟାନ କରିଛି କେମିତି ଓ କାହିଁକି ମାରିଥିଲା ସ୍ତ୍ରୀକୁ । ପ୍ରେମିକା ପାଇଁ ସ୍ତ୍ରୀର ପାଟିକୁ ଚିପି ହତ୍ୟାକଲା ସ୍ବାମୀ । ଖାଲି ପାଟିଚିପି ନୁହେଁ କାନ୍ଥରେ ମୁଣ୍ଡକୁ ମଧ୍ୟ ପିଟିଦେଇଥିଲା ରାକ୍ଷସ ସ୍ବାମୀ । ଗତ ସୋମବାର ପତ୍ନୀ ତନୁଜା ଆଏଚଙ୍କୁ ଘରେ ହତ୍ୟା କରିବାପରେ ସ୍ବାମୀ ସଂଗ୍ରାମ ନିଜର ପ୍ରେମିକା ସ୍ନିଗ୍ଧାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପ୍ରେମିକା ସହିତ ମ଼ତଦେହକୁ ଧରି ପ୍ରଥମେ କ୍ୟାପିଚାଲ ହସପିଟାଲକୁ ଯାଇଥିଲେ ମଧ୍ୟ ସେଠାରେ କୌଣସି ଡାକ୍ତରଙ୍କୁ ନଦେଖାଇ ଏକ ଘରୋଇ ହସପିଟାଲକୁ ଯାଇଥିଲେ । ଘରୋଇ ହସପିଟାଲରେ ଡାକ୍ତର କାର ଭିତରେ ତନୁଜାଙ୍କୁ ଦେଖିବା ପରେ ତାଙ୍କୁ ମ଼ତ୍ୟୁ ଘୋଷଣା କରିଥିଲେ । ସେଠାରୁ ସିଧା ତନୁଜାଙ୍କ ମୃତଦେହ ଧରି ଶ୍ରୀରାମ ନଗର ଠାରେ ଥିବା  ଲେଜିଡ ହଷ୍ଟେଲରେ ପ୍ରେମିକା ସ୍ନିଗ୍ଧାକୁ ଛାଡି ଫେରିବା ସମୟରେ ତାଙ୍କ କାରକୁ ଏକ ହାଇୱା ଟ୍ରକ ଧକ୍କା ଦେଇଥିଲା । ପ୍ରେମିକାଙ୍କ କଥାରେ ସଂଗ୍ରାମ ପୁରୀନେଇ ମ଼ଦେହକୁ ପୋଡିବା ପାଇଁ ବାହାରିଥିଲେ । ହେଲେ ଉପରବାଲା ସବୁ ଦେଖୁଛି । ଟ୍ରକ ଦୁର୍ଘଟଣା ପରେ କାରଭିତରେ ମ଼ତଦେହ ଛାଡି ସଂଗ୍ରାମ ପୁଅକୁ ଧରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ଥିଲା ସଂଗ୍ରାମଙ୍କର ଏକ ଯୋଜନାବଦ୍ଧ ହତ୍ୟା। ଗତ କିଛିଦିନ ଧରି ସଂଗ୍ରାମ ଏକ ବଳାତ୍କାର ମାମଲାରେ ଛନ୍ଦି ହୋଇ ପତ୍ନୀଙ୍କ ପାଖକୁ ଆସୁନଥିଲେ । ବରଗଡ ଥାନାରେ ସଂଗ୍ରାମ ଆଇଚ ନାଁରେ ଏହି ମାମଲା ରହିଛି । ଏହି ବଳାତ୍କାର ମାମଲା କାରଣରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଅପଡ ସୃଷ୍ଟି ହୋଇଥିଲା । ସେପଟେ ଘରଲୋକଙ୍କ କହିବା କଥା ଏହା ଜଣେ କିମ୍ବା ଦୁଇଜଣଙ୍କ କାମ ହୋଇ ନପାରେ । ଏଥିରେ ଜଡିତ ଥିବା ସବୁ ଅପରାଧିମାନଙ୍କୁ ଗିରଫ କରାଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.