ହୁରୁନ ଇଣ୍ଡିଆ ଧନୀ ତାଲିକା ; ବେଜିଂକୁ ପଛରେ ପକାଇଲା ମୁମ୍ଵାଇ, ଏସିଆର ଅରବପତି ରାଜଧାନୀରେ ହାସଲ କଲା ସ୍ଥାନ

Published By : Prameya-News7 Bureau | August 30, 2024 IST

ମୁମ୍ଵାଇ ୩୦।୦୮; ହୁରୁନ ଇଣ୍ଡିଆ ଧନୀ ତାଲିକା ଅନୁସାରେ,  ‘ଏସିଆର ଅରବପତି ରାଜଧାନୀ’ର ମାନ୍ୟତା  ପାଇଛି ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ । ଚୀନ୍‌ର ରାଜଧାନୀ ବେଜିଂଠାରୁ ମୁମ୍ବାଇରେ  ଅଧିକ ଅରବପତି ଅଛନ୍ତି । ତାଲିକାର ୨୫%  ଅରବପତି ମୁମ୍ବାଇର ହୋଇଥିବାବେଳେ ଏହା  କେବଳ ଏସିଆର ଅରବପତି ରାଜଧାନୀ  ନୁହେଁ, ହୁରୁନ ଇଣ୍ଡିଆ ଧନୀ ତାଲିକାରେ  ସାମିଲ ଲୋକଙ୍କ ପାଇଁ ପସନ୍ଦର ସହର ମଧ୍ୟ । 

ହୁରୁନ ତଥ୍ୟ ଅନୁସାରେ, ମୁମ୍ବାଇରେ ୫୮  ଜଣ ଅରବପତି ଯୋଡ଼ି ହେବା ପରେ ଏହାର  ମୋଟ୍‌ ଅରବପତିଙ୍କ ସଂଖ୍ୟା ୩୮୬ ହୋଇଛି ।  ୧୮ ଜଣ ନୂଆ ଅରବପତି ଯୋଡ଼ି ହେବା ପରେ ୨ୟ ସ୍ଥାନରେ ଅଛି  ନୂଆଦିଲ୍ଲୀ । ଦିଲ୍ଲୀରେ ମୋଟ୍‌ ଅରବପତିଙ୍କ ସଂଖ୍ୟା ୨୧୭ । ତେବେ  ପ୍ରଥମ ଥର ପାଇଁ ବେଙ୍ଗାଲୁରୁକୁ ପଛରେ ପକାଇ ଧନୀଙ୍କ ସହର   ତାଲିକାରେ ୩ୟ ସ୍ଥାନ ହାସଲ କରିଛି ହାଇଦ୍ରାବାଦ । 

୧୭ ଜଣ ନୂଆ ଅରବପତିଙ୍କ ସହିତ ହାଇଦ୍ରାବାଦର ମୋଟ୍‌  ଅରବପତିଙ୍କ ସଂଖ୍ୟା ୧୦୪ । ୧୦୦ ଅରବପତିଙ୍କ ସହିତ  ୪ର୍ଥ ସ୍ଥାନକୁ ଖସିଛି ବେଙ୍ଗାଲୁରୁ । ଶୀର୍ଷ ୧୦ରେ ଥିବା ଅନ୍ୟ  ସହର ମଧ୍ୟରେ ଅଛି ଚେନ୍ନାଇ (୮୨ ଅରବପତି), କୋଲକାତା  (୬୯), ଅହମଦାବାଦ (୬୭), ପୁନେ (୫୩), ସୁରଟ  (୨୮) ଓ ଗୁରୁଗ୍ରାମ (୨୩) ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.