ଭୟଙ୍କର ଝଡ ତୋଫାନ, ୧୦୦୦ରୁ ଅଧିକ ବିମାନ ଉଡାଣ ବାତିଲ, ୧୦ମୃତ

Published By : Prameya-News7 Bureau | January 12, 2020 IST

ଚିକାଗୋ, ୧୨|୦୧:  ଏକ ଭୟାନକ ଝଡବାତ୍ୟା ଫଳରେ ଆମେରିକାର ଚିକାଗୋ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ଏହାର ପ୍ରଭାବରେ ପ୍ରାୟ୧୦୦୦ରୁ ଅଧିକ ବିମାନସେବା ଠପ୍ ହୋଇଯାଇଛି। ଗତକାଲି ଅର୍ଥାତ ଶନିବାର ସକାଳେ ସହରର ଓହାରେ ଥିବା ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ୯୫୦ରୁ ଅଧିକ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ସେହିପରି ମିଡଓ୍ୱେ ବିମାନ ବନ୍ଦରରେ ୬୦ଟି ବିମାନ ଉଡାଣ ଉପରେ ରୋକ ଲାଗିଥିଲା। ତେବେ ଏହାର ପ୍ରଭାବ ଆଜି ଦିନ ୩ଟା ଯାଏଁ ରହିଥିଲା।

ଏତତ୍ ବ୍ୟତୀତ ଗ୍ରେଟର ଟରାଣ୍ଟୋ ଅଞ୍ଚଳରେ ବନ୍ୟା ନେଇ ସତର୍କତା ଜାରି କରାଯାଇଛି। କାରଣ ଏହି ଶକ୍ତିଶାଳୀ ଝଡବାତ୍ୟା ଉତ୍ତର ଆମେରିକାରେ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି। ଫଳରେ ସେଠାରେ ଥିବା କିଛି ନଦୀର ଜଳସ୍ତରରେ ବୃଦ୍ଧି ଘଟିଛି। ଏହାର ପ୍ରଭାବରେ ଅତିକମ୍‌ରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ଦ ନ୍ୟୁୟର୍କ ଟାଇମସ୍‌ରେ ପ୍ରକାଶିତ ହୋଇଛି। କାନା଼ଡାରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ବାତ୍ୟା ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ ପବନର ବେଗ ଅଧିକ ରହିବ ବୋଲି ଚେତାବନୀ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.