Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ନାଳ ବନ୍ଦ ଯୋଗୁଁ ହନ୍ତସନ୍ତ ଲୋକେ, ଜିଲ୍ଲାପାଳଙ୍କୁ ଜଣାଇଲେ ଅଭିଯୋଗ

22/08/2021 at 10:00 AM

ଭଦ୍ରକ ୨୨/୦୮ : ଜଳ ନିଷ୍କାସନ ପାଇଁ ତିଆରି ହୋଇଥିବା ଡ୍ରେନକୁ ନିଜସ୍ୱ ସ୍ୱାର୍ଥ ପାଇଁ କେତେକ ଲୋକେ ବନ୍ଦ କରିଦେଇଥିବା ଅଭିଯୋଗ । ଜଳ ନିଷ୍କାସନ ହୋଇ ନପାରି ଘରେ ପଶୁଛି ପାଣି । ଏମିତି ଅଭିଯୋଗ ନେଇ କେତେକ ବାସିନ୍ଦା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଚରମ୍ପା ୫ ନମ୍ବର ୱାର୍ଡ ରେ ଥିବା ନାଳକୁ କେତେକ ଲୋକ ମାଟି ପକାଇ ପୋତି ଦେଇଛନ୍ତି । ପରେ ସେହି ସ୍ଥାନରେ କଂକ୍ରିଟ ଢଳେଈ କରିଥିବାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ।

ତେବେ ଏନେଇ ସ୍ଥାନୀୟ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ କେତେକ ଲୋକଙ୍କ ଘରେ ଭିତରକୁ ପାଣି ପସିଯାଉଛି । ତେବେ ଏନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲାପାଳ ଏନେଇ ଭଦ୍ରକ ପୌରପାଳିକାକୁ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି ।

   Related Posts