ବିପଦରେ ବନ୍ୟ ଜୀବଜନ୍ତୁ ! ବଢୁଛି ଶିକାରୀଙ୍କ ଉତ୍ପାତ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya-News7 Bureau | March 04, 2021 IST

ବଲାଙ୍ଗିର, ୦୪/୦୩: ଲୋପ ପାଇବାକୁ ବସିଛି ବନ୍ୟଜନ୍ତୁଙ୍କ ବଂଶ । ଅବାଧ ପଶୁ ଶିକାର ମୁଖ୍ୟ କାରଣ ପାଲଟିଥିବା ବେଳେ ନିରବଦ୍ରଷ୍ଟା ସାଜିଛି ବନ ବିଭାଗ । ମଣିଷ ନିଜ ଜିଭର ଲାଳସା ମେଣ୍ଟାଇବା ପାଇଁ ହେଉ କି ଦି ପଇସା ରୋଜଗାର ପାଇଁ ବନ୍ୟଜନ୍ତୁଙ୍କୁ ଶୀକାର କରିଚାଲିଛି । ଦିନେ ଯେଉଁ ଘଞ୍ଚ ଜଙ୍ଗଲ ମହାବଳ ବାଘ, ହାତୀ , ଭାଲୁ, ବରାହାଙ୍କ ସମତେ ଅନ୍ୟାନ୍ୟ ପଶୁଙ୍କ ଭୟଙ୍କର ଗର୍ଜନରେ ଥରି ଉଠୁଥିଲା ଆଜିର ଦିନରେ ସେଠି ଏବେ କାଁ ଭାଁ ବନ୍ୟଜନ୍ତୁଙ୍କୁ ଦେଖିବାକୁ ବି ମିଳୁନି ।

ବଲାଙ୍ଗୀର ଜିଲ୍ଲାରେ ଏବେ ମୋଟ ୨୩ ପ୍ରତିଶତ ଜଙ୍ଗଲ ରହିଛି । ଯେଉଁଥିରେ ବର୍ତ୍ତମାନ ୨୬ ହଜାର ୩୨୯ ସ୍କୋୟାର କିଲୋମିଟର ରିଜର୍ଭ ଜଙ୍ଗଲ ରହିଛି । ସେହିପରି ଅନ୍ୟପଟେ ୬୮ ହଜାର ୭୮୭ ଏକର ଜଙ୍ଗଲ ରହିଛି । ସରକାରଙ୍କ କଡା ଆଇନ କାନୁନ ସତ୍ୱେ ମଧ୍ୟ ଯନ୍ତୁ ଶିକାରରେ ରୋକ ଲାଗୁନଥିବା ଜଣାପଡ଼ିଛି ।

ବଲାଙ୍ଗୀର ଜଙ୍ଗଲରେ ଏବେବି ବାରହା, ହରିଣ, କୁଟୁରା, ହାତୀ ଓ କଲରାପତିରିଆ ବାଘର ଶୀକାର ହେଉଛି । ଶିକାରୀ ଜନ୍ତୁଙ୍କୁ ମାରିବା ପାଇଁ କେତେବେଳେ ଫାସ ପକାଉଛି ତ ଆଉ କେତେବେଳେ ବିଦ୍ୟୁତ ତାରର ସାହାଯ୍ୟ ନେଉଛି ।

ସଇଁତଳା ବଡ଼ମାଳଠାରେ ଏକ ଚିତା ବାଘର ଶିକାର ଓ ଲୋଇସିଂହା ବକଟିରେ ବିଦ୍ୟୁତ୍ ତାର ଲଗାଇ ଦୁଇ ହାତୀଙ୍କ ଶିକାର ଭଳି କିଛି ମାତ୍ର ମାମଲା ବନ ବିଭାଗର ଆଖିକୁ ଆସିଛି । ତେବେ ବନ ବିଭାଗ ୨୦୧୭ରୁ ଏପର୍ଯ୍ୟନ୍ତ ମାତ୍ର ୧୬ଟି ଶିକାର ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି । ଏଥିରେ ୧୨ରୁ ଅଧିକ ଶିକାରୀ ଗିରଫ ହୋଇଥିବା ବନ ବିଭାଗ ସୂଚନା ଦେଇଛି । କିଛି ମାମଲାରେ ଶିକାରୀଙ୍କ ପାଖରୁ ବନ୍ଧୁକ ମଧ୍ୟ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.