Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଶିକାରୀ ଗୁଳିରେ ଶିକାରୀ ମୃତ, ଅଭିଯୁକ୍ତ ଗିରଫ

30/06/2022 at 4:04 PM

ବୌଦ୍ଧ ୩୦।୬: ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ଅଘଟଣ । ଶିକାରୀ ଗୁଳିରେ ଶିକାରୀ ମୃତ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କାନପୁର ଗ୍ରାମର ସଞ୍ଜିତ ଭୋଇ ଓ ଶମ୍ଭୁନାଥ ଭୋଇ ଗତ ସୋମବାର ଦିନ ଅପରାହ୍ନରେ ପାଖ ଜଙ୍ଗଲକୁ ଜନ୍ତୁ ଶିକାର କରିବାକୁ ଏକ ବନ୍ଧୁକ ନେଇ ଯାଇଥିଲେ । ତେବେ ଉଭୟ ଏକ ଜଙ୍ଗଲୀ ଜନ୍ତୁକୁ ଦେଖି କାବୁ କରିବା ପାଇ ପ୍ରୟାସ ଚଳାଇବା ସହିତ ଜନ୍ତୁ ଉପରକୁ ଶମ୍ଭୁନାଥ ଗୁଳି ଚଳାଇଥିଲେ । ତେବେ ଗୁଳିଟି ଜନ୍ତୁ ଦେହରେ ନବାଜି ଅସାବଧାନତା ବଶତଃ ସଞ୍ଜିତ ଭୋଇଙ୍କ ପେଟରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସଞ୍ଜିତଙ୍କର ମୃତ୍ୟୁ ହୋଇଯାଇଥିଲା । ଏଥିରେ ଭୟଭୀତ ହୋଇ ଶମ୍ଭୁନାଥ ତାଙ୍କ ମୃତଦେହକୁ କିଛି ଦୂରରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଘରକୁ ଚାଲି ଆସିଥିଲେ ।

ତେବେ ସଞ୍ଜିତ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିବା ସହିତ ସଞ୍ଜିତ ନିଖୋଜ ହୋଇଥିବା ନେଇ ପୋଲିସକୁ ଖବର ଦେଇଥିଲେ ।  ପୋଲିସ ତଦନ୍ତ କରିବା ସମୟର ଶମ୍ଭୁନାଥଙ୍କୁ ପଚରାଉଚରା କରିବା ପରେ ଘଟଣା ସମ୍ପର୍କରେ ସ୍ବୀକାର କରିବା ସହ ଶବ ପଡିଥିବା ସ୍ଥାନ ଦେଖାଇଥିଲା । ପୋଲିସ ଶବକୁ ଜଙ୍ଗଲ ମଧ୍ୟରୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ଅଭିଯୁକ୍ତ ନିକଟରୁ ଏକ ବନ୍ଧୁକ ଜବତ କରି ତାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୁରୁଣାକଟକ ପୋଲିସ ।

   Related Posts