କୁଲଡିହା ଅଞ୍ଚଳରୁ ଶିକାରୀ ଗିରଫ, ବନ୍ଧୁକ ଜବତ କଲା ବନ ବିଭାଗ

Published By : Prameya-News7 Bureau | March 23, 2020 IST

ନୀଳଗିରି ୨୩।୦୩: ପୁଣି କୁଳଡିହା ରୁ ବନ୍ଧୁକ ସହ ଶିକାରୀ ଗିରଫ ହୋଇଛନ୍ତି। କୁଳଡିହା ବନବିଭାଗ ଅଧିନ ବାବନ୍ଧ ବିଟ ହାଉସ ଅଧିନ ଡେଊଂଚଖାଲ ଅଞ୍ଚଳରୁ ସୋମବାର ସକାଳେ ଏକ ଶିକାରୀ ଗିରଫ ହେବା ସହ ଜଣେ ଖସି ପଳାଇଯାଇଛି। ଗିରଫ ଶିକାରୀ ହେଲେ ବାବନ୍ଧ ଅଞ୍ଚଳର ପବନା ସିଂ।ତାଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ଖସି ପଳେଇଥିବା ଶିକାରୀ ଛାଡି ଯାଇଥିବା ଗୋଟିଏ ବନ୍ଧୁକ ଜବତ କରିଛି ବନବିଭାଗ।

{"id":242827,"sizeSlug":"large"}

ତେବେ କିଛିଦିନ ହେବ ଶିକାରୀ ବାରମ୍ବାର ଗିରଫ ହେଉଥୁବା ର ଖବର ହେଉଥୁବା ବେଳେ ବନବିଭାଗ ର ପାଟ୍ରୋଲିଂ ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ବିଭିନ୍ନ ଚେକପୋଷ୍ଟ ଓ ଜଙ୍ଗଲ ଭିତରେ କର୍ମଚାରୀ ଅବହେଳା ଯୋଗୁ  ଜଙ୍ଗଲ ଭିତରକୁ ଶିକାରୀ ପ୍ରବେଶ କରୁଥାଇ ପାରନ୍ତି ବୋଲି ଅଭିଯୋଗ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.