ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କ ପୁଅଙ୍କୁ ନେଇ ଚର୍ଚ୍ଚା: ହଣ୍ଟର ବିଡେନ୍ ଗୋଟିଏ ରାତିରେ ଲାଇଭ୍ ସେକ୍ସ ଦେଖିବାରେ ଉଡ଼ାଇଛନ୍ତି ୨୧ ହଜାର ଓ ଷ୍ଟ୍ରିପ୍ କ୍ଲବରେ ୧୧,୪୦୦ ଡଲାର
1/11/2020 at 4:04 PM

ନ୍ୟୁୟର୍କ ୦୧/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଶ୍ବରେ ଚର୍ଚ୍ଚା ଚାଲିଛି। ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲିଥିବା ଦେଖିବାକୁ ମିଳିଛି। ଆମେରିକା ଭଳି ବିକଶିତ ଦେଶରେ ଲୋକଙ୍କ ଜୀବନଶୈଳୀ ଉନ୍ନତ୍ତମାନର ହୋଇଥିଲେ ହେଁ ଜଣେ ଭରସାଯୋଗ୍ୟ ପ୍ରାର୍ଥୀଙ୍କୁ ନିଜର ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଛନ୍ତି ଲୋକେ। କିନ୍ତୁ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ପୁଅଙ୍କ କାରନାମା ପଦାକୁ ଆସିଛି।

ଜୋ ବିଡେନଙ୍କ ପୁଅ ହଣ୍ଟର ବିଡେନ୍ଙ୍କ ରାଜକୀୟ ଜୀବନଶୈଳୀକୁ ନେଇ ଏକ ଖବର ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ହଣ୍ଟର ବିଡେନ୍ ଅବୈଧ ଯୌନ ରୋମାଞ୍ଚ ଉପଭୋଗ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଦେଉଛନ୍ତି। ଡେଲିମେଲ୍ ରିପୋର୍ଟ ଅନୁସାରେ ନ୍ୟୁୟର୍କର ଏକ ଷ୍ଟ୍ରିପ୍ କ୍ଲବରେ ଗୋଟିଏ ରାତିରେ ୧୧,୪୦୦ ଡଲାର(ପାଖାପାଖି ୮ ଲକ୍ଷ ଟଙ୍କା) ଉଡ଼ାଇଦେଇଥିଲେ। କେବଳ ସେତିକି ନୁହେଁ ପର୍ଣ୍ଣ ଓ୍ବେବସାଇଟ୍ରେ ଲାଇଭ୍ ପର୍ଣ୍ଣ ଦେଖିବାକୁ ୨୧ ହଜାର ଡଲାର (ପାଖାପାଖି ୧୫ ଲକ୍ଷ ଟଙ୍କା) ଉଡ଼ାଇଦେଇଛନ୍ତି ହଣ୍ଟର ବିଡେନ୍।
ତେବେ ଏ ସମସ୍ତ ଡାଟା ତାଙ୍କର ଏକ ପୁରୁଣା ଲାପଟପ୍ରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି। ଏଭଳି ଡାଟା ପାଇଁ ତାଙ୍କୁ ବ୍ଲାକ୍ମେଲର ଶିକାର ହେବାକୁ ପଡ଼ିଥାନ୍ତା। ହଣ୍ଟରଙ୍କ ପୁରୁଣା ଲାପ୍ଟପରୁ ଏହି ସବୁ ଖର୍ଚ୍ଚ ରିପୋର୍ଟ ବ୍ୟତୀତ ଶହ ଶହ ଫଟୋ, ଡକ୍ୟୁମେଣ୍ଟ ମିଳିଥିବା ଜଣାପଡ଼ିଛି। ଗୋଟିଏ ରାତିରେ ହୋଟେଲର ପ୍ରାୟ ସବୁ ରୁମ୍ ବୁକ୍ କରି ଅୟଶ କରିଥିବା ନେଇ ହୋଟେଲ ବିଲ୍ରୁ ଦେଖିବାକୁ ମିଳିଛି।
ଗ୍ରାଫିକ୍ ଫଟୋଗ୍ରଫରୁ ୫୦ ବର୍ଷୀୟ ହଣ୍ଟର କୋକେନ୍ ସେବନ କରୁଥିବା ସହ ମହିଳାଙ୍କୁ ଯୌନ କାର୍ଯ୍ୟରେ ଲିପ୍ତ କରୁଥିବା ସ୍ପଷ୍ଟ ବାରି ହୋଇଯାଉଛି। ହଣ୍ଟରଙ୍କୁ ତାଙ୍କ ପତ୍ନୀ ଛାଡ଼ପତ୍ର ଦେଇଥିବା ବେଳେ ତାଙ୍କ ବିରୁଦ୍ଧରେ ବହୁ ସଙ୍ଗୀନ ଅଭିଯୋଗ ଆଣିଥିଲେ। ତାଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ ହଣ୍ଟର ଡ୍ରଗ୍ସ, ବେଶ୍ୟାଳୟ, ଅଜଣା ମହିଳାଙ୍କ ପଛରେ ବହୁ ଟଙ୍କା ଖର୍ଚ୍ଚ କରୁଥିଲେ।