ଚିଲିକାରେ ପକ୍ଷି ଶୀକାର କରି ଅଭିଯୁକ୍ତ ଗିରଫ
2/01/2023 at 6:10 PM

ଚିଲିକା ୦୨/୦୧: ଚିଲିକାରେ ବିଦେଶୀ ପକ୍ଷୀ ଶିକାର ଅଭିଯୋଗ। ୪ ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଧରାପଡିଲା ଶୀକାରି। ଚିଲିକା କୂଳ କାଳୁପଡ଼ା ଘାଟ ଜେଟି ପାଖରେ ସମ୍ପୃକ୍ତ ଅଭିଯୁକ୍ତ ପକ୍ଷୀ ଶିକାର କରୁଥିଲେ। ଏହି ସମୟରେ ତାକୁ ଟାଙ୍ଗୀ ବନ ବିଭାଗ କାବୁ କରିଛି। ନୂଆବର୍ଷ ଉପଲକ୍ଷେ ସାଙ୍ଗମାନେ ଭୋଜିଭାତର ଆସର ଜମାଇଥିଲେ। ସେଥିପାଇଁ ଶିକାରୀ ଜଣକ ଚିଲିକାରେ ପକ୍ଷୀ ଶିକାର କରୁଥିଲା ବୋଲି ସ୍ୱୀକାର କରିଛି। ଗିରଫ ଅଭିଯୁକ୍ତର ପରିଚୟ ନାରାୟଣ ଘଡ଼େଇ।ସେ କାଳୁପଡାଘାଟ ପାଖରେ ଥିବା ମାଟିଆପଡ଼ା ଗାଁର ବାସିନ୍ଦା
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023