ଜଙ୍ଗଲରୁ ୩ଟି ବନ୍ଧୁକ ସହ କୁଟୁରା ମାଂସ ଜବତ, ଛାଡି ପଳାଇଲେ ଶିକାରୀ

Published By : Prameya-News7 Bureau | September 01, 2023 IST

ବୌଦ୍ଧ ୧।୯: ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଲାଖପର୍ବତ ଜଙ୍ଗଲରୁ ୩ଟି ବନ୍ଧୁକ ଜବତ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ ଛାଡ଼ି ଶିକାରୀ ଫେରାର ହୋଇଯାଇଛନ୍ତି । ୨ଟି ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ ଏବଂ ୧୧ କେଜି କୁଟୁରା ମାଂସ ଓ ଛାଲ ଜବତ ହୋଇଛି । ପାଟ୍ରୋଲିଂ ବେଳେ ଜବତ କଲା କଣ୍ଟାମାଳ ବନ ବିଭାଗ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାମାଳ ଏସିଏଫ୍ ଖିରବ୍ଧୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀ ଗିରଫ । ଏହି ସମୟରେ ଲାଖ ପର୍ବତ ଜଙ୍ଗଲରେ ଶିକାରୀମାନେ ବସିଥିବା ଦେଖିବାକୁ ପାଇ ସେଠାରେ ଚଢ଼ାଉ କରାଯାଇଥିଲା । ତେବେ ବନ ବିଭାଗ ଟିମ୍‌କୁ ଦେଖି ଶିକାରୀମାନେ ବନ୍ଧୁକ ସହିତ ସମସ୍ତ ମାଂସ ଛାଡ଼ି ସେଠାରୁ ଫେରାର ମାରିବାରେ ସକ୍ଷମ ହୋଇଥିଲେ । ବନ ବିଭାଗ ସେମାନଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ଶିକାରୀମାନେ ଛାଡ଼ି ଯାଇଥିବା ଦୁଇଟି ଦେଶୀ ବନ୍ଧୁକ ଗୋଟିଏ ପିସ୍ତଲ ଏବଂ ୧୧ କେଜି କୁଟୁରା ମାଂସ ଏବଂ ଛାଲ ଜବତ କରିଛି । ତେବେ ଶିକାରୀଙ୍କୁ ଧରିବାରେ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।

You Can Read :

wp:embed {"url":"https://www.prameyanews7.com/one-hunter-arrested-in-boudh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-hunter-arrested-in-boudh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.