ଭୋକରେ ଭୟାନକ ପାଲଟିଲା ହାତୀ : ମାହୁନ୍ତକୁ କଚାଡି ମାରିଲା

Published By : Prameya-News7 Bureau | March 13, 2020 IST

ଗୁଆହାଟୀ ୧୩/୦୩ : ଗୁଆହାଟୀରେ ଏକ ହାତୀ ନିଜ ମାହୁନ୍ତକୁ ମାରିଦେଇଥିବା ଘଟଣା ସାମ୍ନାକୁ ଆସିଛି | ଗୁଆହାଟୀ ନଗାଁ ଜିଲ୍ଲା ବାତଦ୍ରଭା ଅଞ୍ଚଳରେ ଦୋଳ ଉତ୍ସବ ପାଇଁ ଗତ ମଙ୍ଗଳବାର ଦିନ ଏକ ବୟସ୍କ ହାତୀ ଅଣାଯାଇଥିଲା | ଦୋଳ ଉତ୍ସବ ପାଇଁ ଯୁରିଆ ଅଞ୍ଚଳରୁ ଦୁଇଟି ହାତୀ ଅଣାଯାଇଥିଲା | ଉଭୟ ହାତୀଙ୍କୁ ୨୦୦ ମିଟର ଦୂରରେ ବନ୍ଧା ଯାଇଥିଲା | ମାଇ ହାତୀର ବୟସ ୧୦ ବର୍ଷ ହୋଇଥିବାବେଳେ ଅଣ୍ଡିରା ହାତୀର ବୟସ ୩୦ ବର୍ଷ |

ଉଭୟ ହାତୀଙ୍କୁ ୨୦ କିମି ଦୂର ଏକ ଗାଁରୁ ସୋମବାର ଦିନ ଅଣାଯାଇଥିଲା | କିନ୍ତୁ ଉତ୍ସବ ଜାଗାକୁ ପହଞ୍ଚିବା ପରେ ହାତୀଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଇନଥିଲା | ଯାହାଫଳରେ ସେମାନେ ରାତିରେ ପହଞ୍ଚିବା ପରେ ରାଗି ଯାଇଥିଲେ | ସକାଳୁ ମହନ୍ତ ଅଣ୍ଡିରା ହାତୀକୁ ଖୁଏଇବାକୁ ଯାଇଥିଲେ | କିନ୍ତୁ ସେ ରାଗିଯାଇ ମହନ୍ତଙ୍କୁ ନିଜ ଶୁଣ୍ଢରେ ଧକ୍କା ମାରି ମାଇ ହାତୀ ପାଖକୁ ଯିବାକୁ ଚେଷ୍ଟା କରିଥିଲା | ମହନ୍ତ ତାକୁ ଅଟକାଇବାକୁ ଚେଷ୍ଟା କରିବାରୁ ହାତୀ ମହନ୍ତଙ୍କୁ ନିଜ ଶୁଣ୍ଢରେ ଫୁଟବଲ ଭଳି ଟେକି ଫୋପାଡ଼ି ଦେଇଥିଲା | ଥରେ ନୁହଁ କି ଦୁଇଥର ନୁହଁ ହାତୀଟି ମହନ୍ତଙ୍କୁ ବାରମ୍ବାର ଏମିତି ଟେକି ଫୋପାଡ଼ି ଥିଲା ଯାହାଫଳରେ ମହନ୍ତଙ୍କ ଅନେକ ହାଡ ଭାଙ୍ଗି ଯାଇଥିଲା ଏବଂ ତାଙ୍କ ଜୀବନ ଚାଲି ଯାଇଥିଲା |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.