ବନ୍ୟାକୁ ବିତିଲାଣି ମାସେ, କ୍ଷତିଗ୍ରସ୍ତଙ୍କୁ ମିଳୁନି ରିଲିଫ୍ : ଆମରଣ ଅନଶନରେ ନେତା ଓ ଜନତା

Published By : Prameya-News7 Bureau | October 05, 2020 IST

ଭଦ୍ରକ ୫।୧୦: ବନ୍ୟା ଯାଇଛି । ଏବେ ରିଲିଫ ମଧ୍ୟ ଦେଉଛନ୍ତି ସରକାର । କିନ୍ତୁ ଏବେ ବି ରିଲିଫ ପାଇବାରୁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ । ବନ୍ୟାକୁ ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ବହୁ ହିତାଧିକାରୀ ରିଲିଫ ପାଇନଥିବା ଅଭିଯୋଗ କରିଛନ୍ତି ।

ଏ ନେଇ ପୂର୍ବରୁ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ । ପରେ ବ୍ଲକ୍ ବଜେପି ମଧ୍ୟ ଅଭିଯୋଗକାରୀଙ୍କ ସହ ମିଶି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲା । ପରେ ଭାରପ୍ରାପ୍ତ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ ।

ଭଣ୍ଡାରିପୋଖରୀ ବିଡିଓ ମଧ୍ୟ ତଦନ୍ତ ପରେ ଆବଶ୍ୟକତାକୁ ନଜରରେ ରଖି ୯ଟି ପଞ୍ଚାୟତ ପାଇଁ ୬ ହଜାର ୧୧୫ଶହ କ୍ବିଣ୍ଟାଲ ଚାଉଳ ଓ ୬ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । କିନ୍ତୁ ହିତାଧିକାରୀମାନେ ଭଣ୍ଡାରିପୋଖରୀ ବ୍ଲକ୍ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.