ନିଯୁକ୍ତି ଦାବିରେ ଆମରଣ ଅନଶନ : ଜିଦ୍ରେ ଅଟଳ, ଅସୁସ୍ଥ ସତ୍ତ୍ବେ ହୋଇପାରୁନି ଚିକିତ୍ସା
4/03/2020 at 3:30 PM

ଝାରସୁଗୁଡା ୪।୩: ବାପାଙ୍କ ମୃତ୍ୟୁ ପରେ ଚାକିରୀ ଦାବିରେ ପୁଅ ପିଣ୍ଟୁ ବିଶ୍ବାଳଙ୍କ ଆମରଣ ଅନଶନ ତୃତୀୟ ଦିନରେ ପହଁଞ୍ଚିଛି । ଏମସିଏଲରେ କାର୍ଯ୍ୟରତ ସୁଦର୍ଶନ ବିଶ୍ବାଳଙ୍କ ୮ ବର୍ଷ ତଳେ ମୃତ୍ୟୁ ହେବା ପରେ ବାପାଙ୍କ ଚାକିରୀ ପାଇବାକୁ ନିୟମ ଅନୁସାରେ ଆବେଦନ କରିଥିଲେ ।

କିନ୍ତୁ ୮ ବର୍ଷ ଧରି ବାରମ୍ବାର ଦୌଡ଼ିବା ପରେ ପ୍ରତିଶ୍ରୁତି ସତ୍ତ୍ବେ ଚାକିରୀ ନମିଳିବାରୁ ଗତ ସୋମବାରଠାରୁ ପିଣ୍ଟୁ ବିଶ୍ବାଳ ଏମସିଏଲର ବନ୍ଧବାହଲ ସ୍ଥିତ ଜିଏମ୍ ଅଫିସ ସମ୍ମୁଖରେ ଆମରଣ ଅନଶନ ଚଳାଇଛନ୍ତି। ତାଙ୍କ ଶରୀର ଅସୁସ୍ଥ ହେବାରୁ ବନହରପାଲି ପୋଲିସ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି । କିନ୍ତୁ ଆମରଣ ଅନଶନ ଚଳାଇଥିବା ପିଣ୍ଟୁ ନିଜ ଜିଦରେ ଅଟଳ ରହିବାରୁ ତାଙ୍କୁ ସାଲାଇନ ଦିଆଯାଇ ପାରୁନି ।