ପ୍ରଶାସନିକ ପ୍ରତିଶ୍ରୁତି ପରେ ଆମରଣ ଅନଶନ ପ୍ରତ୍ୟାହୃତ କଲେ ପୂର୍ବତନ ସେନା ଅଧିକାରୀ

Published By : Prameya-News7 Bureau | August 16, 2022 IST

ଫୁଲବାଣୀ ୧୬।୮: ପାରିବାରିକ ସମ୍ପତ୍ତିରୁ ବଞ୍ଚିତ ହୋଇ ଆଉ ନିଜ ହକ ପାଇବା ପାଇଁ ବର୍ଷ ବର୍ଷ ଧରି ପ୍ରଶାସନର ଦ୍ବାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।  ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଇଁ ସ୍ବାଧୀନତା ଦିବସରୁ ଆମରଣ ଅନଶନରେ ବସିଥିବା ପ୍ରଦୀପ ପଟ୍ଟନାୟକ ନାମକ ଜଣେ ପୂର୍ବତନ ସେନl କର୍ମଚାରୀ ପୋଲିସ ଓ ପ୍ରଶାସନର ନିର୍ଭର ପ୍ରତିଶ୍ରୁତି ପାଇବା ପରେ ବିଳମ୍ବିତ ରାତିରେ ଅନଶନ ପ୍ରତ୍ୟାହୃତ କରିଛନ୍ତି । ସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ, ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରମୁଖ ପ୍ରଦୀପଙ୍କ ନିକଟରେ ପହଞ୍ଚି ଏହା ପାରିବାରିକ ମାମଲା ହୋଇଥିବାରୁ ଆପୋଷ ସମାଧାନ କରାଯାଇ ସମାଧାନ ପାଇଁ ପ୍ରଶାସନ ଆନ୍ତରିକତାର ସହ ଉଦ୍ୟମ କରାଯିବ ବୋଲି କହିଛନ୍ତି । ସେ ଜଣେ ଦାୟିତ୍ବବାନ, ସଚ୍ଚୋଟ ଓ ଦେଶ ପ୍ରେମ ପୂର୍ବତନ ସେନା କର୍ମଚାରୀ ହୋଇଥିବାରୁ ପ୍ରଶାସନ ଓ ପୋଲିସ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏଣୁ ଭରସା ରଖି ଅନଶନ ପ୍ରତ୍ୟାହୃତ କରିଥିବା ପ୍ରଦୀପ ପଟ୍ଟନାୟକ କହିଛନ୍ତି । ତେବେ ପୋଲିସ ଓ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଆଗକୁ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.