ବାଂଶପାଳ ବିଜେଡିର ମିଶ୍ରଣ ପର୍ବ, ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

Published By : Prameya-News7 Bureau | December 21, 2021 IST

ବାଂଶପାଳ ୨୧।୧୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ତୃଣମୁଳ ସ୍ତରରେ ନିଜ ସଂଗଠନ କୁ ମଜବୁତ କରିବା ଦିଗ ରେ ଲାଗିପଡିଛି। ପ୍ରତିଦିନ ରାଜ୍ୟର ଅନେକ ଜିଲ୍ଲାରେ ବିଜେଡିର ମିଶ୍ରଣ ପର୍ବ ଜାରି ରହିଛି। ଆଜି ଏହି କ୍ରମରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁମୁଣ୍ଡି ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ନେତୃତ୍ୱରେ ଆଜି ୨୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ନିଜ ଦଳ ଛାଡି ବିଜେଡି ରେ ସାମିଲ ହୋଇଛନ୍ତି।

{"id":562982,"sizeSlug":"full","linkDestination":"none"}

ଏହି ପର୍ବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗ ଦେଇ ଦଳରେ ନୂତନ ଭାବେ ମିଶିଥିବା କର୍ମୀଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ଉପ ସଭାପତି ସୌମ୍ୟ ଶଙ୍କର ଚକ୍ର, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ରାଜ୍ୟ ଯୁବ ସାଧାରଣ ସଂପାଦକ ଅଞ୍ଜନ ବେଜ, ପୂର୍ବତନ ପୌରାଧକ୍ଷ ମୀନା ମାଝୀ, ବ୍ଲକ ଅଧକ୍ଷ୍ୟା ଦଶରୀ ମନ୍ତ୍ରୀ, ଉପାଧ୍ୟକ୍ଷ ବାବୁଲି ପଲେଇ,ଜିଲ୍ଲା ପରିଷଦ ସଭ୍ୟ ଅଦିତ ଦେହୁରୀ, ବ୍ଲକ ବିଜେଡି ସଭାପତି ଯଦୁମଣି ଠାକୁର,ଯୁବ ବିଜେଡି ସଭାପତି ପଦ୍ମଲୋଚନ ଆରୁକ, ଛାତ୍ର ସଭାପତି ଦେବ ପ୍ରସାଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।ଏହି କର୍ମୀ ମାନେ ମିଶିବା ପରେ କୁମୁଣ୍ଡି ପଞ୍ଚାୟତ ରେ ଦଳ ର ଶକ୍ତି ବୃଦ୍ଧି ପାଇବ ବୋଲି ରାଜ୍ୟ ଯୁବ ବିଜେଡି ଉପ ସଭାପତି ସୌମ୍ୟ ଶଙ୍କର ଚକ୍ର ନିଜ ବକ୍ତବ୍ୟରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.