ମଦ ବେପାରୀର ଦାଦାଗିରି, ବିରୋଧରେ ଥାନା ଘେରିଲେ ଶତାଧିକ ମହିଳା

Published By : Prameya-News7 Bureau | February 29, 2024 IST

ବାଲିପାଟଣା: ମଦ ବେପାରୀର ଦାଦାଗିରି, ବିରୋଧରେ ଥାନା ଘେରିଲେ ଶତାଧିକ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଚ୍ୟୁତପୁର ଗାଁରେ। ସୂଚନା ଅନୁଯାୟୀ, ଗ୍ରାମରେ ବେଆଇନ ଭାବରେ ମଦ ବିକ୍ରିକୁ ବିରୋଧ କରିବାରୁ ମଦବେପାରୀ ଏବଂ ତାଙ୍କ ଭାଇ ଗ୍ରାମର କିଛି ବ୍ୟକ୍ତିଙ୍କୁ ଗାଳି ଗୁଲଜ କରିବା ସହ ଗାଁ ମଝିରେ ମାଡ଼ ମାରିଥିଲେ ।

ଏମିତିକି ଗାଁ ମଝିରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ପୋଲିସ୍ ଭୟ ଆମର କିଛି କରିପାରିବନି ବୋଲି କହିଥିଲେ। ତେବେ ଏହାକୁ ବିରୋଧ କରି ଅଚ୍ୟୁତପୁର ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ବାଲିପାଟଣା ଥାନାରେ ଏହାର ପ୍ରତିବାଦ କରିବା ସହ ଥାନା ଘେରାଉ କରିଥିଲେ । ମଦ ବ୍ୟବସାୟୀ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନା ଅଧିକାରୀ ଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ଥାନା ଅଧିକାରୀ ଗ୍ରାମବାସୀଙ୍କୁ ବୁଝା ସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡ଼ିଛି ।

ଆହୁରି ପଢ଼ନ୍ତୁ: ଅଳଙ୍କାର ଦୋକାନରୁ ଡକାୟତି ଘଟଣା : ଗୋଟିଏ ଗ୍ୟାଙ୍ଗ୍‌ର ୨ ସଦସ୍ୟ ଗିରଫ

ସୂଚନାଯୋଗ୍ୟ, ଅଚ୍ୟୁତପୁର ଗ୍ରାମର ଜଣେ ବ୍ୟକ୍ତି ଗାଁ ମଝିରେ ବେଆଇନ୍ ଭାବେ ମଦ ବିକ୍ରି କରୁଛନ୍ତି । ଯାହାକୁ ଗାଁର କିଛି ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବା ସହ ଗାଁରେ ବିଭିନ୍ନ ସମୟରେ ମଦୁଆଙ୍କ ଆତଙ୍କ ଦେଖାଦେଉଛି । ଏହାକୁ ବିରୋଧ କରିବାରୁ ମଦବେପାରୀ ଏବଂ ତାଙ୍କ ଭାଇ ଗାଁ ଲୋକଙ୍କୁ ଆକ୍ରମଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.