ଗଛ ଲଗାଇ ସ୍ମାର୍ଟ ସିଟି ରାଜଧାନୀର ସୌନ୍ଦର୍ଯ୍ୟକରଣ ହେଉଛି ; ଅନ୍ୟପଟେ ଚାଲିଛି ଶହ ଶହ ଗଛ କଟା

Published By : Prameya-News7 Bureau | November 20, 2018 IST

ଭୁବନେଶ୍ବର ୨୦|୧୧:  ଗୋଟିଏ ପଟେ ଗଛ ଲଗାଇ ସ୍ମାର୍ଟ ସିଟି ରାଜଧାନୀର ସୌନ୍ଦର୍ଯ୍ୟକରଣ କରାଯାଉଛି, ଆଉ ଗୋଟେ ପଟେ ଚାଲିଛି ଶହ ଶହ ଗଛ କଟା । ଭୁବନେଶ୍ବର ଘାଟିକିଆସ୍ଥିତ ସିଲ୍ଭିକଲଚର ରିସର୍ଚ୍ଚ ଗାର୍ଡେନ ପରିସରରୁ ପାଖାପାଖି ୬ ଶହ ଗଛ କାଟି ଦେଇଛି ବନ ବିଭାଗ । ଗବେଷଣା ଉଦ୍ଦେଶ୍ୟରେ ଅନେକ ବର୍ଷରୁ ଲଗାଯାଇଥିବା ହରିଡା, ବାହାଡା, ଅଁଳା, କସି, ଶାଗୁଆନ, ଶିଶୁ, ରକ୍ତ ଚନ୍ଦନ ଭଳି ଗଛକୁ ବେଆଇନ ଭାବେ କଟା ଚାଲିଛି । ଉକ୍ତ ସ୍ଥାନରେ ଏକ ବରଗଛ ଉଦ୍ୟାନ କରାଯିବ ବୋଲି ଗଛ କଟା ଯାଇଥିବା ରିସର୍ଚ୍ଚ ସେଣ୍ଟର କର୍ତ୍ତୃପକ୍ଷ କହିଛନ୍ତି । ତେବେ ବିନା ଅନୁମତିରେ କେମିତି ଏତେ ସଂଖ୍ୟାରେ ଗଛ କଟା ହୋଇଛି । ଗୋଟିଏ ଉଦ୍ୟାନ ପାଇଁ ଶହ ଶହ ସଂଖ୍ୟାରେ ଗଛ କଟାଯିବା କେତେ ଯୁକ୍ତିଯୁକ୍ତ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.