ଷ୍ଟାଇପେଣ୍ଡ୍ ନପାଇ ହନ୍ତସନ୍ତ, ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଶତାଧିକ ଛାତ୍ର-ଛାତ୍ରୀ

Published By : Prameya-News7 Bureau | July 08, 2022 IST

ବାରିପଦା: ବକେୟା ଷ୍ଟାଇପେଣ୍ଡ୍ ଦାବୀରେ ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଓହ୍ଲାଇଲେ ରାସ୍ତାକୁ। ମୟୂରଭଂଜ ଜିଲ୍ଲାର ସମସ୍ତ ଟେକନିକାଲ କଲେଜ, ଆଇ.ଟି.ଆଇ., ଡିଏମଏଲଟି କଲେଜ, ନର୍ସିଂ ସ୍କୁଲ ଓ ଫାର୍ମାସିଷ୍ଟ କଲେଜରେ ଅଧ୍ୟୟନରତ ଆଦିବାସୀ  ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷର ଷ୍ଟାଇପେଣ୍ଡ ଅର୍ଥ ପାଇ ନଥିବାରୁ ସେମାନେ କଲେଜ ଫିସ, ହଷ୍ଟେଲ ଫିସ ତଥା ଫର୍ମ ପୂରନ ଫି ଭରଣା କରିପାରୁ ନାହାନ୍ତି।

{"id":653557,"sizeSlug":"full","linkDestination":"none"}

ନିଜର ଭବିଷ୍ୟତ ନେଇ ଚିନ୍ତାରେ ପଡିଥିବା ଏହି ଆଦିବାସୀ ଛାତ୍ରଛାତ୍ରୀମାନେ ଗତ ୨୦୨୧ ଅଗଷ୍ଟରୁ ଷ୍ଟାଇପେଣ୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ ଠାରୁ କୌଣସି ସହାୟତା ପାଇ ନାହାନ୍ତି। ଆସନ୍ତା ଜୁଲାଇ ୧୦ ତାରିଖ ସେମାନଙ୍କର ଫର୍ମ ପୂରଣ ଶେଷ ତାରିଖ ଏବଂ ଅଗଷ୍ଟ ୧ରୁ ପରୀକ୍ଷା ହେବ ବୋଲି ତାରିଖ ଘୋଷଣା ସରିଛି । ଏପଟେ ଷ୍ଟାଇପେଣ୍ଡ ଟଙ୍କା ମିଳିନଥିବାରୁ କଲେଜ ଓ ହୋଷ୍ଟେଲରେ ପିଲାମାନଙ୍କର ଦେୟ ପୈଠ ହୋଇ ପାରି ନଥିବାରୁ ଫର୍ମପୂରଣ କରିବାକୁ ଅନୁମତି ମିଳୁନାହିଁ।

{"id":653559,"sizeSlug":"full","linkDestination":"none"}

ଏଭଳି ପରିସ୍ଥିତି ରେ ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ନେଇ ଚିନ୍ତା ରେ ପଡିଛନ୍ତି। ଯଦି ସରକାର ତୁରନ୍ତ ସେମାନଙ୍କର ଷ୍ଟାଇପେଣ୍ଡ ଅର୍ଥ ପ୍ରଦାନ ନକରନ୍ତି ତେବେ ସାରାରାଜ୍ୟର ପାଖାପାଖି ୫୨ ହଜାର ଆଦିବାସୀ ଛାତ୍ରଛାତ୍ରୀ ପ୍ରଭାବିତ ହେବା ସହ  ପରୀକ୍ଷାରୁ ବଞ୍ଚିତ ହେବେ ବୋଲି ଜଣାଯାଇଛି । ଏଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କର ଷ୍ଟାଇପେଣ୍ଡ ଅର୍ଥ ତୁରନ୍ତ ପ୍ରାଦାନ କରି ସେମାନଙ୍କର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରନ୍ତୁ ବୋଲି ସାରା ଜିଲ୍ଲାରୁ ଆସିଥିବା ଏହି ପିଲାମାନେ ଜିଲ୍ଲାପାଳଙ୍କ ଠାରେ ଦାବୀ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.