ସଦୁଦ୍ରର ବର୍ଦ୍ଧିତ ତାପମାତ୍ରା ଯୋଗୁଁ ପ୍ରାଣ ହରାଉଛନ୍ତି ଶହ ଶହ ପେଙ୍ଗୁଇନ୍

Published By : Prameya-News7 Bureau | June 14, 2022 IST

ଓ୍ବିଲିଙ୍ଗଟନ୍ : ନ୍ୟୁଜିଲ୍ୟାଣ୍ଡର ଉତ୍ତର ଦ୍ବୀପ ଉତ୍ତର ପ୍ରାନ୍ତ ସମୁଦ୍ର କୂଳରେ ପୃଥିବୀର ଶହ ଶହ ଛୋଟ ପେଙ୍ଗୁଇନ୍ଙ୍କର ଭାସିଯାଇ ମୃତ୍ୟୁ ହେଉଛି । ନ୍ୟୁଜିଲ୍ୟାଣ୍ଡ ସଂରକ୍ଷଣ ବିଭାଗ କହିଛି ଯେ, ସମୁଦ୍ରର ତାପମାତ୍ରା ବୃଦ୍ଧି ହେତୁ ପ୍ରତିଦିନ ପ୍ରାୟ ୨୦୦ କୋରୋରା ଅର୍ଥାତ୍ ଛୋଟ ନୀଳ ପେଙ୍ଗୁଇନ୍ ପ୍ରାଣ ହରାଉଛନ୍ତି ।

ପୃଥିବୀର ବାୟୁମଣ୍ଡଳରେ ରହିଥିବା ୯୦ ପ୍ରତିଶତରୁ ଅଧିକ ଉତ୍ତାପ ଶୋଷୁଛି ସମୁଦ୍ର । ଏହା ମୁଖ୍ୟତଃ ଜୀବାଶ୍ମ ଇନ୍ଧନ ଜଳିବା କାରଣରୁ ହୋଇଛି ।

ଦୀର୍ଘ ଦିନ ଦରି ଏଲ୍ ନିନୋ ପାଣିପାଗ ଅବସ୍ଥା ଦ୍ବାରା କୋରୋରା ସଂଖ୍ୟା ପ୍ରଭାବିତ ହେଉଛି । ଯାହା ସମୁଦ୍ରପୃଷ୍ଠର ତାପମାତ୍ରା ଏବଂ ଉପକୂଳ ପବନକୁ ବଢାଉଛି । ଯାହା ଛୋଟ ଛୋଟ ପେଙ୍ଗୁଇନଙ୍କ ପାଇଁ ବସା ବାନ୍ଧିବା ଏବଂ ଖାଇବାରେ ସମସ୍ୟା ସୃଷ୍ଟି କରିଥାଏ ।

୧୦ ଇଞ୍ଚ (୨୫ ସେ.ମି.) ଉଚ୍ଚତା ଏବଂ ୧ କିଲୋଗ୍ରାମ ଓଜନର କୋରୋରା ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ । ଏମାନଙ୍କ ସଂଖ୍ୟା ହ୍ରାସ ସହ ପ୍ରଜାତିଗୁଡିକ ବିଲୁପ୍ତ ହେବା ଆଶଙ୍କା ଭାବରେ ବର୍ଗୀକୃତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.