ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

୧୨ ଦିନ ଧରି ଲଗାତାର ଗୋଲ-ଗୋଲ ବୁଲୁଛନ୍ତି ମେଣ୍ଢା ପଲ, ଚୀନରୁ ସାମନାକୁ ଆସିଲା ଚକିତ କଲା ଭଳି ଭିଡିଓ

18/11/2022 at 6:20 PM

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନାହିଁ କିଛି ଭିଡିଓ ଭାଇରାଲ ହେଉଛି । ତେବେ ଗତ କିଛି ଦିନ ଧରି ଉତ୍ତର ଚୀନରେ ଏକ ଘଟଣା ସାମନାକୁ ଆସିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମେଣ୍ଢା ପଲ ଲଗାତାର ଗୋଲ-ଗୋଲ ବୁଲୁଛନ୍ତି । ଏହି ଭିଡିଓ ଦେଖି ଲୋକେ ଏବେ ଆଶ୍ଚର୍ଯ୍ୟ ହେଉଛନ୍ତି । ଲଗାତାର ଗୋଲ-ଗୋଲ ବୁଲିବା ପରେ ମଧ୍ୟ ମେଣ୍ଢାମାନେ ସୁସ୍ଥ ଅଛନ୍ତି ।

ଉତ୍ତର ଚୀନରେ ଏହି ଘଟଣା ଦୁଇ ସପ୍ତାହ ପୂର୍ବେ ଆରମ୍ଭ ହୋଇଥିଲା ଏବଂ ଏହାର ଭିଡିଓ ସାମନାକୁ ଆସିଛି । ଭିଡିଓରେ ଅନେକ ମେଣ୍ଢା ଗୋଟିଏ ଗୋଲେଇରେ ବିନା ଅଟକି ଲଗାତାର ବୁଲୁଛନ୍ତି । ମେଣ୍ଢା ଗୁଡିକର ମାଲିକାଣୀ ମିଆଓ କହିଛନ୍ତି, ପ୍ରଥମେ କିଛି ମେଣ୍ଢା ଏପରି କରିବା ଆରମ୍ଭ କରିଥିଲେ, ପରେ ଅଧିକାଂଶ ମେଣ୍ଢା ଗୋଲ-ଗୋଲ ବୁଲିବା ଆରମ୍ଭ କଲେ । ଭିଡିଓରେ କିଛି ମେଣ୍ଢା ଚୁପଚାପ ଛିଡା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଏହା ପଛର କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଲିଷ୍ଟାରିୟୋସିସ ନାମକ ଏକ ବ୍ୟାକ୍ଟେରିଆ ଏହା ପଛରେ ଥାଇପାରେ ବୋଲି କୁହାଯାଉଛି। ଏହି ବ୍ୟାକ୍ଟେରିଆ ଜୀବଜନ୍ତୁଙ୍କ ଗୋଲ-ଗୋଲ ବୁଲିବା କାରଣ ହୋଇପାରେ।

   Related Posts