ହ୍ରଦର ଆକାର ବଢି ଦ୍ୱିଗୁଣା...ଦ୍ରୁତ ଗତିରେ ତରଳିବାରେ ଲାଗିଛି ହିମାଳୟର ଗ୍ଲେସିୟର, ଇସ୍ରୋ ଜାରି କଲା ସାଟେଲାଇଟ୍ ଫଟୋ

Published By : Prameya-News7 Bureau | April 23, 2024 IST

ନୂଆଦିଲ୍ଲୀ:ବରଫ ପାହାଡ଼ କଥା କହିଲେ ମନକୁ ସର୍ବପ୍ରଥମେ ଆସେ ହିମାଳୟର ନାଁ । ଏଠି ଅନେକ ଗ୍ଲେସିୟର ମଧ୍ୟ ରହିଛି । ତେବେ ଏହି ଗ୍ଲେସିୟରକୁ ନେଇ ଇସ୍ରୋ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହା ଚିନ୍ତାଜନକ ଅଟେ । ସୂଚନାଯୋଗ୍ୟ ଯଏ ଇସ୍ରୋ ସାଟେଲାଇଟ୍ ଜରିଆରେ ପୁରୁଣା ଏବଂ ନୂଆ ହ୍ରଦ ଉପରେ ନଜର ରଖିଥାଏ । ଇସ୍ରୋର ଏହି ନିରୀକ୍ଷଣର କିଛି ଫଟୋ ସେୟାର କରିଛନ୍ତି । ଏହା ଅନୁସାରେ ଭାରତରେ ଗ୍ଲେସିୟର ହ୍ରଦର ଆକାର ବଢିଛି ।

ଇସ୍ରୋ ୧୯୮୪ରୁ ୨୦୨୩ ସୁଦ୍ଧା ହିମାଳୟର ଭାରତ କ୍ଷେତ୍ରରେ ଗ୍ଲେସିୟର ହ୍ରଦଙ୍କ ସାଟେଲାଇଟ୍ ଫଟୋ ସେୟାର କରିଛି । ଏଥିରେ ହ୍ରଦର ଆକାର ପରିବର୍ତ୍ତନ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏଥିରେ କୁହାଯାଛି ଯେ ୨୪୩୧ ହ୍ରଦ ମଧ୍ୟରୁ ୬୭୬ ଗ୍ଲାସିୟର ହ୍ରଦରେ ୧୯୮୪ରୁ ୨୦୧୬-୧୭ ଯାଏ ୧୦ ହେକ୍ଟରରୁ ଅଧିକ ବଢିଛି ହୋଇଛି । ଉଲ୍ଲେଖଯୋଗ୍ୟ ଯେ ସିନ୍ଧୁ ନଦୀ ଉପରେ ଥିବା ଘେପାଙ୍ଗ ଘାଟ ଗ୍ଲେସିୟର ହ୍ରଦ ଅଛି, ଯାହାର ଉଚ୍ଚତାରେ ୧୭୮ ପ୍ରତିଶତ ବୃଦ୍ଧି ଘଟିଛି ।

ଇସ୍ରୋ ଦାବି କରିଛି ଯେ ଯେଉଁ ୭୬୭ ହ୍ରଦର ଆକାର ବଢିଛି ସେଥିରୁ ୬୦୧ ହ୍ରଦର ଆକାର ଦ୍ୱିଗୁଣା ବଢିଛି । ଏହି ୭୬୭ ହ୍ରଦ ମଧ୍ୟରୁ ୧୩୦ ଭାରତରେ ଅଛି । ଏଥିରୁ ୬୫ ଇଣ୍ଡସ, ୭ ଗଙ୍ଗା ଏବଂ ୫୮ ବ୍ରହ୍ମପୁତ୍ର ନଦୀ ଘାଟରେ ଅଛି । ଏହି ସମସ୍ତ ହ୍ରଦକୁ ଚାରି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଏଥିରେ ମେରେନ ଡ୍ୟାମ୍ଡ ଅର୍ଥାତ୍ ପାଣିର ଚାରି ଆଡେ ମାଟିର ପାଚେରୀ, ଆଇସ୍ ଡ୍ୟାମ୍ଡ ଅର୍ଥାତ୍ ପାଣିର ଚାରି ଆଡେ ବରଫ ପାଚେରୀ, ଇରୋଜନ ଅର୍ଥାତ୍ ମୃତ୍ତିକା କ୍ଷୟ ଯୋଗୁଁ ହୋଇଥିବା ଖାଲରେ ଜମା ଗ୍ଲେସିୟର ପାଣି ଏବଂ ଅନ୍ୟ ଗ୍ଲେସିୟର ହ୍ରଦ ଅଛି । ତଥ୍ୟ ଅନୁସାରେ ୬୭୬ ହ୍ରଦ ମଧ୍ୟରୁ ୩୦୭ ମେରେନ ଡ୍ୟାମ୍ଡ, ୨୬୫ ଇରୋଜିନ ଏବଂ ୮ ଆଇସ୍ ଡ୍ୟାମ୍ଡ ଗ୍ଲେସିୟର ହ୍ରଦ ରହିଛି ।

ଗ୍ଲେସିୟରର ବରଫ ତରଳିବା ବେଳେ ପାହାଡରେ ଯେଉଁଠାରେ ବି ପାଣି ଏକତ୍ରିତ ହୁଏ ସେଠାରେ ଜମା ହୋଇ ରହିଥାଏ । ଯେଉଁଥିରୁ ଗ୍ଲେସିୟର ହ୍ରଦ ନିର୍ମାଣ ହୋଇଥାଏ । ଯେତେବେଳେ ଏହି ହ୍ରଦର ଆକାର ବଢେ ଏଥିରେ ଗ୍ଲେସିୟର ଲେକ୍ସ ଆଉଟବ୍ରଷ୍ଟର ବିପଦ ବଢିଥାଏ । ଯେଉଁଥି ପାଇଁ ଫ୍ଲାସ୍ ଫ୍ଲଡ୍ ଏବଂ ଭୂସ୍ଖଳନର ବିପଦ ବଢିଥାଏ । ଏହି ଗ୍ଲେସିୟର ଲେକ୍ସ ଆଉଟବ୍ରଷ୍ଟ ଫ୍ଲଡ୍ସରୁ ହିଁ କେଦାରନାଥ ଏବଂ ଚମୋଲି ଅଘଟଣ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.