ଭୁବନେଶ୍ବର ଅଭିମୁଖେ ହଜାର ହଜାର ଚାଷୀ ; ଆସନ୍ତା ୫ ତାରିଖରେ ନବନିର୍ମାଣ କୃଷକ ସଂଘର ସମାବେଶରେ ଯୋଗଦେବେ

Published By : Prameya-News7 Bureau | November 02, 2018 IST

କଟକ ୨|୧୧:    ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ହଜାର ହଜାର ଚାଷୀ । ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ ଦାବିରେ ନବନିର୍ମାଣ କୃଷକ ସଂଘ ଆସନ୍ତା ୫ ତାରିଖରେ ଭୁବନେଶ୍ବରରେ ଆୟୋଜନ କରୁଥିବା ସମାବେଶରେ ଲକ୍ଷାଧିକ ଚାଷୀ ଏକାଠି ହେବେ । ଗତକାଲି ସେମାନେ ଜଗତପୁର ସ୍ଥିତ ବିରୂପାଖେଶ୍ବର ମନ୍ଦିର ପରିସରରେ ରାତ୍ରି ଯାପନ କରି ଆଜି ପୁଣି ଥରେ ପଦଯାତ୍ରା ଆରମ୍ଭ କରିଛନ୍ତି । ଗତରାତିରେ କଟକ ଜିଲ୍ଲା ପାଳ ଅରବିନ୍ଦ ଅଗ୍ରୱାଲ ସେଠାରେ ପହଂଚି ସଂଘର ନେତୃବୃନ୍ଦନଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କୁ ଅଭିଯାନରୁ ବିରତ ରହି ଆଲୋଚନାକୁ ଆସିବାକୁ ଅନୁରୋଧ କରିଥିଲେ । କିନ୍ତୁ କୃଷକ ମାନେ ଏଥିରେ ରାଜି ହୋଇନାହାନ୍ତି ।  ପ୍ରଥମେ ସରକାର ତାଙ୍କର ଦାବି ଗୁଡିକୁ ମାନିବାକୁ କହିଛନ୍ତି । ଚାଷୀମାନଙ୍କୁ ଭୁବନେଶ୍ବର ସମାବେଶରେ ଯୋଗ ଦେବାରୁ ରୋକିବା ପାଇଁ ପୋଲିସ ଷଡଯନ୍ତ୍ର ରଚୁଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.