ଟ୍ରାକ୍ଟର ଧରି ଚାଷୀଙ୍କ ଆନ୍ଦୋଳନ, ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ ଚାଷୀ

Published By : Prameya-News7 Bureau | February 26, 2024 IST

ବରଗଡ଼୨୬/୦୨: ଦିଲ୍ଲୀଠାରେ ଆନ୍ଦୋଳନରତ ସଂଯୁକ୍ତ କିଶାନ ମୋର୍ଚ୍ଚା ସମର୍ଥନରେ ଆଜି ସାରା ଦେଶରେ ଚାଷୀ ଟ୍ରାକ୍ଟର ଶୋଭାଯାତ୍ରାରେ ବାହାରିଛନ୍ତି । ଏନେଇ ବରଗଡ଼ ହଳଦୀପାଲି ଛକ ଠାରେ ରାଜ ରାସ୍ତାକୁ ଓହ୍ଲାଇଲେ ଶହ ଶହ ଚାଷୀ ।

MSPର ଆଇନ ଗତ ଗ୍ୟାରେଣ୍ଟି, ଭାରତ ସରକାର WTO କୁ ଛାଡ଼ିବା ଓ କୃଷି କ୍ଷେତ୍ରରେ କମ୍ପାନୀକରଣକୁ ବନ୍ଦ ଦାବିରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ତରଫରୁ ଦିଆଯାଇଥିବା ଡାକରାରେ ବରଗଡ଼ ଜୟ କିଶାନ ଆନ୍ଦୋଳନ ତରଫରୁ ଟ୍ରାକ୍ଟର ଶୋଭାଯାତ୍ରା କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଚାଷୀ । ଚାଷୀ ନେତା ଲିଙ୍ଗରାଜଙ୍କ ନେତୃତ୍ୱରେ ଶହ ଶହ ଟ୍ରାକ୍ଟର ଧରି ଚାଷୀ ମାନେ ୫୩ ନମ୍ବର ଜାତୀୟ ରାଜପଥର ହଲଦିପାଲି ଛକଠାରୁ ବାହାରି ସହର ପରିକ୍ରମା କରିଥିଲା ।

ଏହି ସମୟରେ ପୋଲିସ ଶୋଭାଯାତ୍ରାକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ଓ ଚାଷୀ ମୁହାମୁହିଁ ହୋଇଥିଲେ । ଯେଉଁଥିପାଇଁ କିଛି କ୍ଷଣ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ତେବେ ପରେ ଶାନ୍ତି ଶୃଙ୍ଖଳାର ସହ ଚାଷୀ ଆନ୍ଦୋଳନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.