ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପୀଠରେ ଗୀତାଯଜ୍ଞ, କଳସ ଶୋଭାଯାତ୍ରାରେ ସାମିଲ୍‌ ହେଲେ ଶତାଧିକ ଭକ୍ତ

Published By : Prameya-News7 Bureau | November 03, 2022 IST

ଚଣ୍ଡିଖୋଲ, ୦୩/୧୧: ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବଙ୍କ ପବିତ୍ର ପୀଠରେ ଏକଦିବସୀୟ ଭାଗବତ ପାରାୟଣ, ଗୀତାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ପୀଠ ପରିସରରେ ବିଦ୍ୱାନ ବ୍ରାହ୍ମଣମାନଙ୍କ ଦ୍ୱାରା ନାରାୟଣ ମନ୍ଦିର, ମା ଲକ୍ଷ୍ମୀଙ୍କ ମନ୍ଦିର, ଗୃହରାଜ ଶନିଙ୍କ ମନ୍ଦିରରେ ପୂଜାର୍ଚ୍ଚନା, ଆଳତୀ ସାରି ଶତାଧିକ ମହିଳା ଭକ୍ତ କଳସ ଶୋଭାଯାତ୍ରା କରିଥିଲେ । ଘଟ ବୁଡ଼ାଇ ସଂକୀର୍ତ୍ତନ, ବାଜାବାଣରେ ଶୋଭାଯାତ୍ରା କରି ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ ଘଟ ସ୍ଥାପନା କରିଥିଲେ । ୨୧ ଜଣ ବ୍ରାହ୍ମଣଙ୍କୁ ନେଇ ଭାଗବତ ପରାୟଣ ହୋଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.