<strong>ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଶତାଧିକ ଉପଭୋକ୍ତା</strong>

Published By : Prameya-News7 Bureau | July 06, 2022 IST

ପାଟଣା ୦୬/୦୭: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ ଥିବା ବାରଡାଙ୍ଗୁଆ ଗାଁର ଶତାଧିକ ବିଦ୍ୟୁତ ଉପଭକ୍ତା ତୁରୁମୁଙ୍ଗା ଉପଖଣ୍ଡ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଅଭିଯୋଗ ଅନୁସାରେ ବାରଡାଙ୍ଗୁଆ ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ୮ଦିନରୁ ଅଧିକ ହେବ ପୋଡ଼ି ଯାଇଥିବାରୁ ଗ୍ରାମବାସୀ ଅନ୍ଧାରରେ ଅଛନ୍ତି। ବିଦ୍ୟୁତ ନଥିବାରୁ ଛାତ୍ର ଛାତ୍ରୀମାନେ ପାଠ ପଢ଼ିବାରୁ ବଞ୍ଚିତ ହେବା ସହ ରାତି ହେଲେ ଗାଁ ଲୋକନମାନେ ରାତିରେ ବନ୍ୟଜନ୍ତୁ ସହ ସରିସୃପ ଭୟରେ ରହୁଛନ୍ତି। ଏସମ୍ପର୍କରେ ତୁରୁମୁଙ୍ଗା ବିଦ୍ୟୁତ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦାବିରେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି।

ଏହା ସହ ଯମୁନାପଶି ଗାଁରେ ମଧ୍ୟ  ୮ ଦିନ ହେବ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଯମୁନାପଶି ଗାଁର ଉପଭକ୍ତା ବିଦ୍ୟୁତ୍ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଏହା ସହ ଚମ୍ପୁଆ ବ୍ଲକ କଙ୍କଡା ଗାଁରେ ମଧ୍ୟ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ କଙ୍କଡ଼ା ଗ୍ରାମବାସୀ ମଧ୍ୟ ଘେରାଉରେ ସାମିଲ ହୋଇଥିଲେ। ଏସମ୍ପର୍କରେ ବିଦ୍ୟୁତ କାର୍ଯ୍ୟାଳୟର ଏସଡିଓ ଚିରଞ୍ଜିତ ସାହୁଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ  କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏଥିପାଇଁ ଜିଲ୍ଲାପାଳ ଦୃଷ୍ଟି ଦେଇ ଖୁବ ଶୀଘ୍ର ଏହି ଗାଁ ଗୁଡ଼ିକୁ ବିଦ୍ୟୁତ ସେବା ଯୋଗାଇ ଦେବାକୁ ବିଦ୍ୟୁତ ଉପଭୋକ୍ତାମାନେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.