ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା; ଚାରି ମାସ ହେଲା ରାସନ୍‌ ଚାଉଳରୁ ବଞ୍ଚିତ ଶହ ଶହ ହିତାଧିକାରୀ

Published By : Prameya-News7 Bureau | May 15, 2023 IST

କେନ୍ଦୁଝର ୧୫/୦୫: ସରପଞ୍ଚ ଓ ପଞ୍ଚାୟତ ନିର୍ବାହି ଅଧିକାରୀଙ୍କ ମଧୁଚନ୍ଦ୍ରିକା ପାଇଁ ଏକାଧିକ ହିତାଧିକାରୀ ରାସନ୍‌ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରି ସମସ୍ୟାମୂଳକ ଘଟଣା କେନ୍ଦୁଝର ଜିଲ୍ଲା ସଦର ବ୍ଳକ ଡିମ୍ବୋ ପଞ୍ଚାୟତର ଚକ ଓ ନୁଆଗାଁରେ ଘଟିଛି।

{"id":787055,"sizeSlug":"full","linkDestination":"none"}

ଖବର ଅନୁସାରେ ସେଠାରେ ହିତାଧିକାରୀମାନେ ଗତ ଫେବୃଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ପିଡିଏସ୍‌ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। କିନ୍ତୁ ସରପଞ୍ଚ ଓ ପଞ୍ଚାୟତ ନିର୍ବାହିଅଧିକାରୀ ଚାଉଳ ଦେବାର ନା ଧରୁ ନାହାନ୍ତି। ପ୍ରତିମାସ ଚାଉଳ ଆଲଟ ଆସି ନାହିଁ କହି ଲୋକଙ୍କୁ ଠକି ଚାଲିଛନ୍ତି। ଖାଲି ମାସେ କି ଦୁଇ ମାସ ନୁହେଁ ବହୁ ବର୍ଷ ହେଲା ଧରି ଚାଉଳ ଠକି ଥିବା ଅଭିଯୋଗ ହେଉଛି।

{"id":787056,"width":636,"height":360,"sizeSlug":"full","linkDestination":"none"}

ଶେଷରେ ବାଧ୍ୟ ପଞ୍ଚାୟତ ଅଫିସରେ ତାଲା ପକାଇଛନ୍ତି ହିତାଧିକାରୀ। ଏହାକୁ ଦେଖି ସରପଞ୍ଚ ଓ ପଞ୍ଚାୟତ ନିର୍ବାହି ଅଧିକାରୀ ସେଠାରୁ ପେଂରାର ହୋଇଯାଇଛନ୍ତି। ଏନେଇ ସଦର ବିଡିଓଙ୍କୁ ଯୋଗାଯୋଗ କରିବାରୁ ଏହି ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.