ଓଲଟିଲା ଯାତ୍ରୀ ବୋଝେଇ ଟ୍ରକ୍, ଶତାଧିକ ଲୋକ ଆହତ

Published By : Prameya-News7 Bureau | June 18, 2022 IST

ଦାରିଙ୍ଗବାଡି ୧୮।୬: ହେଲା କାଳ । ଭୋଜି ଖାଇ ବେଶ ହସଖୁସିରେ ଘରକୁ ଫେରୁଥିଲେ ବେଳେ ଘଟିଲା ଦୁର୍ଘଟଣା। ଭାରସାମ୍ୟ ହରାଇ ଟ୍ରକ୍ ଓଲଟି ପଡିବା ଫଳରେ ଏଥିରେ ବସିଥିବା ପ୍ର।ୟ ଲୋକ ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମ ନିକଟ ଶିଝିଗାଣ୍ଡ। ଘାଟିରେ ।

ସୂଚନାଯୋଗ୍ୟ ଯେ, ପୁଟୁଡ଼ୁ ମାହା ବାମର କନ୍ୟା ଯାତ୍ରୀ ପାଙ୍ଗାଲି ଗ୍ରାମକୁ ଏକ ଟ୍ରକରେ ବିବାହ ଭୋଜି ଖାଇବାକୁ ଯାଇଥିଲେ । ତେବେ ଭୋଜି ଖାଇ ଫେରିବା ବେଳେ ଶିଝିଗାଣ୍ଡା ଘାଟିରେ ଟ୍ରକ୍ ଓଲଟି ପଡିଥିଲା । ଫଳରେ ଟ୍ରକ୍‌ରେ ବସିଥିବା ସମସ୍ତେ ତଳକୁ ଖସିପଡିଥିଲେ । ସମସ୍ତେ ପ୍ରାୟ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛି । ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପଦକ୍ଷେପ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଯାଇଥିଲା । ବ୍ରାହ୍ମଣୀଗାଁ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.