ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଗଛ ଡାଳରେ ଚାପି ହୋଇ ଶହ ଶହ ପକ୍ଷୀଙ୍କ ମୃତ୍ୟୁ, ଦେଖନ୍ତୁ ମର୍ମସ୍ପର୍ଶୀ ଭିଡିଓ

2/09/2022 at 10:22 PM

ନୂଆଦିଲ୍ଲୀ: କେରଳର ମଲପୁରମ ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ। ଏଠାରେ ଜାତୀୟ ରାଜମାର୍ଗକୁ ଓସାରିଆ କରିବା ପାଇଁ ଏକ ବଡ଼ ଗଛକୁ କଟାଯାଇଛି। ଏହି ଗଛକୁ କଟାଯିବା ପରେ ସେଠାରେ ଥିବା ଶହ ଶହ ପକ୍ଷୀଙ୍କ ଜୀବନ ଯାଇଛି। ଏହାସହ ଗଛରେ ପକ୍ଷୀ ବସା ଏବଂ ଅଣ୍ଡା ନଷ୍ଟ ହୋଇଛି।

ଏହି ଦୁଃଖଦ ଘଟଣାର ଭିଡିଓ ଜଣେ ଆଇଏଫଏସ ଅଧିକାରୀ ସେୟାର କରିଛନ୍ତି। ଆଇଏଫଏସ ପରବୀନ କସୱାନ ଲେଖିଛନ୍ତି, ‘ସମସ୍ତଙ୍କୁ ଗୋଟିଏ ଘର ଦରକାର, ଆମେ କେତେ କ୍ରୁର ହୋଇପାରୁ’।

୪୪ ସେକେଣ୍ଡର ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୮ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଛନ୍ତି । ଏହାକୁ ୮ ହଜାରରୁ ଅଧିକ ଥର ରି-ଟ୍ୱିଟ କରାଯାଇଛି । ଏହି ଭିଡିଓକୁ ଦେଖିବା ପରେ ୟୁଜର୍ସ ଏବଂ ପରିବେଶବିତ୍ ବେଶ ଆଘାତ ପାଇଛନ୍ତି । କଟାଯାଇଥିବା ଗଛରେ ବହୁ ବର୍ଷରୁ ପକ୍ଷୀ ଗୁଡିକ ରହି ଆସୁଥିଲେ । ଗଛ କଟିବାକୁ ଲୋକେ ନିନ୍ଦା କରିଛନ୍ତି । ଗଛ କାଟିବା ସମୟରେ ପକ୍ଷୀଙ୍କ ମୃତ୍ୟୁ ଘଟଣାରେ ମାମଲାରେ ଠିକାଦାର ବିରୋଧରେ ମାମଲା ରୁଜୁ କରାଯାଇଛି । କେରଳ ବନ ବିଭାଗ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

   Related Posts