ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
6/06/2019 at 3:41 PM

ମାଲକାନଗିରି ୬|୬: ମାଲକାନଗିରିରେ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଏମ୍ଭି- ୨୫ ଗାଁର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ପ୍ରାୟ ୧୧୦ ଲୋକେ ଅସୁସ୍ଥ ହୋଇଥିବା ଜଣାପଡିଛି । ସମସ୍ତ ଅସୁସ୍ଥଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାଗଳ କୁକୁର କାମୁଡି ଥିବା ଏକ ଗାଈର କ୍ଷୀରରେ ପ୍ରସ୍ତୁତ ହୋଇଥିବା ଭୋଗ ଖାଇ ସମସ୍ତେ ଆସୁସ୍ଥ ହୋଇଥିବା ଗ୍ରାମବାସୀ କହୁଛନ୍ତି ।
Related Posts
ଜୁଆ ଆଡ୍ଡାରେ ପୋଲିସର ରେଡ୍, ୧୦ ଜୁଆଡ୍ଡି ଗିରଫ
3 October 2023