୩ ମାସରେ ଖୋଲିଲା ରାୟଗଡା ମା ମଝିଘରିଆଣିଙ୍କ ମନ୍ଦିରର ହୁଣ୍ଡି: ମିଳିଲା ୫୨ଲକ୍ଷ ଟଙ୍କା, ୪୦ ଗ୍ରାମ ସୁନା, ୨ କିଲୋ ୪୨୦ଗ୍ରାମ ରୂପା ଓ ୬ଟି ଡଲାର

Published By : Prameya-News7 Bureau | January 22, 2019 IST

ରାୟଗଡା୨୨|୧: ୩ ମାସ ପରେ ରାୟଗଡାଠାରେ ଥିବା ମା ମଝିଘରିଆଣି ମନ୍ଦିରର ହୁଣ୍ଡି ଆଜି ଖୋଲାଯାଇଛି । ହୁଣ୍ଡିରୁ ୫୨ ଲକ୍ଷ ୧୩ ହଜାର ୭୯୦ ଟଙ୍କା ନଗଦ ମିଳିଥିବାବେଳେ ୪୦ଗ୍ରାମ ସୁନା , ୨କେଜି ୪୨୦ ଗ୍ରାମ ରୂପା ଓ ୬ଟି ଡଲାର ମିଳିଛି ।

{"id":77072}

ମନ୍ଦିର ଟ୍ରଷ୍ଟର ସଭାପତି ରାଇ ସିଂ ବିଡିକା ଏବଂ ଅନ୍ୟ ୧୦ ଜଦସ୍ୟାଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା । ହୁଣ୍ଡିରୁ ମିଳିଥିବା ଟଙ୍କାକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଜମା କରାଯାଇଥିବାବେଳେ ସୁନା ଓ ରୂପା ଟ୍ରେଜେରୀରେ ଦାଖଲ କରାଯାଇଛି ।

{"id":77073}

ଏଥି ପୂର୍ବରୁ ଅଗଷ୍ଟ ୨୯ ତାରିଖରେ ହୁଣ୍ଡି ଖୋଲାଯାଇଥିଲା । ଅଗଷ୍ଟ ୨୯ ତାରିଖରେ ୬୦ଲକ୍ଷ ଟଙ୍କା, ୮୫ଗ୍ରାମ ସୁନା ଓ ୨କେଜି ୧୭୦ଗ୍ରାମ ରୂପା ମିଳିଥିଲା । ପ୍ରତି ତିନିମାସରେ ଥରେ ମା ମଝିଘରିଆଣିଙ୍କ ମନ୍ଦିରର ହୁଣ୍ଡି ଖୋଲାଯାଇଥାଏ ।

{"id":77074}

ମା ମଝିଘରିଆଣିଙ୍କୁ ଦକ୍ଷିଣ ଓଡିଶା ଓ ଆନ୍ଧ୍ରରେ ପ୍ରତ୍ୟକ୍ଷ ଦେବୀ ବୋଲି ବିଶ୍ବାସ କରାଯାଏ । ପ୍ରତ୍ୟେକ ଦିନ ଓଡିଶା ଓ ଆନ୍ଧ୍ରରୁ ଏଠାକୁ ଶହ ଶହ ଶ୍ରଦ୍ଧାଳୁ ଆସିଥାନ୍ତି ମାଁଙ୍କ ଆଶୀର୍ବାଦ ପାଇଁ। ଦୁର୍ଗାପୂଜା ହେଉଛି ମାଁଙ୍କର ବଡ ପର୍ବ । ତେବେ ଚୈତ୍ର ପର୍ବ ବେଳେ ମାଁଙ୍କର ୫ ଦିନ ବ୍ୟାପୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ମାଙ୍କ ପାଖରେ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।   

{"id":77075}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.