ଭାଇଚାରାର ପର୍ବ ହୁଣ୍ଡାତଟା ମେଳଣ; ଭକ୍ତିମୟ ହେଲା ପରିବେଶ, ୬ଟି ବିମାନରେ ପୂଜା ପାଇଲେ ଯୁଗଳ ମୁର୍ତ୍ତି
10/03/2023 at 5:47 PM

ଚଣ୍ଡିଖୋଲ ୧୦/୦୩: ୬୬ ବର୍ଷରେ ପହଞ୍ଚିଲା ହୁଣ୍ଡାତଟା ମେଳଣ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଧାନମଣ୍ଡଳ ପଞ୍ଚାୟତରେ ମହା ସମାରୋହରେ ଏହି ମେଳଣ ଉତ୍ସବ ପାଳନ କରାଯାଇଛି। ପ୍ରଥମେ ସେଠାରେ ଥିବା ସୁନଗୁଡ଼ା ମଠର ଇଷ୍ଟଦେବ ଲଛମନ ବାଲାଜୀଙ୍କୁ ପୂଜା ପାଇଥିଲେ। ଏହାପରେ ବିଭିନ୍ନ ସ୍ଥାନରୁ ୬ଟି ବିମାନରେ ଠାକୁର ଆସି ସେଠାରେ ଏକାଠି ହୋଇଥିଲେ। ବାଜା, ବାଣ ରୋସଣୀ ସହିତ ଖୋଳ କରତାଳ ବଜାଇ କିର୍ତ୍ତନ ସହ ସେଠାରେ ଆସିଥିବା ବିମାନଗୁଡ଼ିକୁ ଭକ୍ତମାନେ ସ୍ୱାଗତ କରାଯାଇଥିଲା। ପରେ ଆଖ ପାଖ ଜାଗାରୁ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି ମେଳଣ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।
ଏହି ଅବସରରେ ହିନ୍ଦୁ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ପରଷ୍ପର ଭେଦ ଭାବ ଭୁଲି ଆନନ୍ଦରସହିତ ରଙ୍ଗ ଖେଳିଥିଲେ। ହୁଣ୍ଡାତଟା ମେଳଣରେ ମିନବଜାର, ସହିତ ବିଭିନ୍ନ ଘରକରଣା ସାମଗ୍ରୀ ଦୋକାନ ବଜାର ମଧ୍ୟ ପଡ଼ିଥିଲା। ଏଥିରେ ପ୍ରାୟ ଶତାଧିକ ଲୋକମାନଙ୍କର ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଏହି ମେଳଣ ସେଠାରେ ଭାଇଚାରା ସୃଷ୍ଟି କରିଥିବା ବେଳେ ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି ବୋଲି ଗ୍ରାମବାସୀ ମତ ଦେଇଛନ୍ତି।