ସାଧୁତାର ପରିଚୟ ଦେଲେ ପ୍ରଶାନ୍ତ, ଫେରାଇଦେଲେ ନିଜ ଆକାଉଣ୍ଟକୁ ଆସିଥିବା ଟଙ୍କା

Published By : Prameya-News7 Bureau | October 13, 2022 IST

ଧର୍ମଗଡ ୧୩/୧୦: ମୁଁ ଜଣେ ଗରିବ ପୁଅ ହେଲେ ବି ମୁ ସ୍ୱାଭିମାନୀ । ମୁଁ ଜାଣିଛି ଟଙ୍କା ରୋଜଗାର ପାଇଁ କେତେ ପରିଶ୍ରମ କରିବାକୁ ପଡେ । ମୋ ପାଖରେ ଟଙ୍କା ଅଭାବରୁ ମୋ ପାଠ ପଢାରେ ସମସ୍ୟା ହୋଇଥିଲା । ଏଥିପାଇଁ ଆଜି ମୁଁ ପେଟ୍ରୋଲ ପମ୍ପରେ କାମ କରୁଛି l ସେ ଲୋକ ବି କେତେ ପରିଶ୍ରମ କରି ଟଙ୍କା ସଂଚୟ କରିଥିବ ସେ ଟଙ୍କା କୁ ମୁଁ କେମିତି ନ ଫେରାଇ ଖର୍ଚ୍ଚ କରିବି ।

ଏମିତି କହି ଭୁଲ ବଶତଃ ନିଜ ଆକାଉଣ୍ଟ କୁ ଆସିଥିବା ଟଙ୍କା ଫେରାଇ ସାଧୁବାଦ ର ପରିଚୟ ଦେଇଛନ୍ତି ଜଣେ ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ ଯୁବକ । ସୂଚନା ଅନୁଯାୟୀ ଗତକାଲି ଧର୍ମଗଡ ଚାରିଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ କାମ କରୁଥିବା ପ୍ରଶାନ୍ତ ବାଗ ନାମକ ଯୁବକଙ୍କ ଆକାଉଣ୍ଟ କୁ ଭୁଲ ବଶତଃ ୯୫ ହଜାର ଟଙ୍କା ଆସିଥିଲା ।

କଳମପୁର ଅଞ୍ଚଳର ବସନ୍ତ ନିଆଲ ନାମକ ଯୁବକ ନିଜ ସମ୍ପର୍କୀୟଙ୍କ ପାଖକୁ ଟଙ୍କା ପଠାଇବା ସମୟରେ ଅସାବଧାନତା ଯୋଗୁଁ ତାହା ପେଟ୍ରୋଲ ପମ୍ପ କର୍ମଚାରୀ ପ୍ରଶାନ୍ତ ବାଗ ଙ୍କ ଆକାଉଣ୍ଟକୁ ଆସିଥିଲା । ଏନେଇ ବସନ୍ତ ଧର୍ମଗଡରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପରେ ସେମାନେ ପ୍ରଶାନ୍ତକୁ ଯୋଗାଯୋଗ କରିଥିଲେ । ପ୍ରଶାନ୍ତ କୋଣସି ଲୋଭ ନ କରି ସବୁ ଟଙ୍କା ଫେରାଇ ଦେଇଥିଲେ । ତାଙ୍କର ଏହିଭଳି ସାଧୁତା ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.