ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍
30/01/2023 at 2:24 PM

ଭୁବନେଶ୍ୱର ୩୦।୦୧: ହ୍ୟୁମାନ ସଗାର-ଶ୍ରେୟା ପାରିବାରିକ ବିବାଦ ମାମଲା। ମହିଳା ଥାନାରୁ ବାହାରିଲେ ଉଭୟ ପତି-ପତ୍ନୀ। ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର। ଉଭୟଙ୍କ ପାରିବାରିକ ବିବାଦର ହେଲା ଆପୋଷ ସମାଧାନ। ଆଲୋଚନା ପରେ ଉଭୟ ମିଳିମିଶି ରହିବାକୁ ରାଜି ହୋଇଛନ୍ତି। ସୁବିଧା ଦେଖି ମାସେ ମଧ୍ୟରେ ହ୍ୟୁମାନଙ୍କ ଘରକୁ ଫେରିବେ ଶ୍ରୀୟା। ଆଗକୁ ଆଉ କୌଣସି ବିବାଦ ହେବ ନାହିଁ ବୋଲି କହିଲେ ହ୍ୟୁମାନ-ଶ୍ରୀୟା
ସୂଚନାଯୋଗ୍ୟ ଯେ, ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ହ୍ୟୁମାନ୍ ସାଗର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ପୂର୍ବରୁ ନିର୍ଯାତନାର ଶିକାର ହୋଇ ଆସୁଥିବା ଶ୍ରେୟା ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ ଶ୍ରେୟା। ଏପିରିକି ସାମ୍ବାଦିକ ସମ୍ମିଳନୀରେ ହ୍ୟୁମାନ ନିର୍ଯ୍ୟାତନା ଦେଉଥିବା ଓ ତାଙ୍କୁ ମାଡ ମାରିବ ସହ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ।
ସେପଟେ ଶ୍ରୀୟାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ ସାଗର । ସେ କହିଥିଲେ ଯଦି ମୁଁ ନିର୍ଯାତନା ଦେଉଥିଲେ ୮ ବର୍ଷ କେମିତି ସହୁଥିଲେ । ତଥାପି ଏବେବି ସେ କମ୍ପ୍ରମାଇଜ କରିବା ମୁଡରେ ଅଛନ୍ତି ବୋଲି କହିଥିଲେ ।