ରାସ୍ତା କଡରୁ ନରକଙ୍କାଳ ଉଦ୍ଧାର, ହତ୍ୟା କରି ପୋତା ଯାଇଥିବା ସନ୍ଦେହ
23/02/2020 at 4:13 PM

ରାୟଗଡା ୨୩।୨: ରାୟଗଡା ସହରର ନୂଆସାହି ଛକ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ କଡରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି । ଏହି ନରକଙ୍କାଳଟି ଜଣେ ସିଆରପିଏଫଙ୍କ ଯବାନଙ୍କର ବୋଲି ଜଣାପଡିଛି । ପୋଲିସର ତଦନ୍ତ ପରେ ମିଳିଲା ପରିଚୟ ।

ନରକଙ୍କାଳ ମିଳିବା ନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା । ନରକଙ୍କାଳଟି ସିଆରପିଏଫ ଯବାନ ଧରମ ଦେବଙ୍କର ବୋଲି ଜଣାପଡିଛି । ଧରମ ଦେବଙ୍କ ଘର ଉତ୍ତରପ୍ରଦେଶରେ । ଗତ ଡିସେମ୍ବର ୨୯ରୁ ନିଖୋଜ ଥିଲେ ଧରମ ଦେବ । ରାୟଗଡ଼ା ଆସି ଦିଲ୍ଲୀ ଯିବାବେଳେ ନିଖୋଜ ଥିଲେ । ଧରମ ଦେବଙ୍କୁ ଶେଷଖାଲ ସିଆରପିଏଫ କ୍ୟାମ୍ପରୁ ଦିଲ୍ଲୀ ବଦଳି କରାଯାଇଥିଲା ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023