ଜଙ୍ଗଲ ମଧ୍ୟରୁ ନରକଙ୍କାଳ ଉଦ୍ଧାର, ୫ ମାସ ତଳେ ନିଖୋଜ ହୋଇଥିଲେ ଯୁବକ

Published By : Prameya-News7 Bureau | February 12, 2024 IST

ଦେବଗଡ ୧୨।୨: ଜଙ୍ଗଲ ମଧ୍ୟରୁ ନରକଙ୍କାଳ ଉଦ୍ଧାର । ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମ ନିକଟସ୍ଥ ଜଙ୍ଗଲ । ଉଦ୍ଧାର କଙ୍କାଳ ଜଣେ ଯୁବକଙ୍କ ହୋଇଥିବା ସୂଚନା ମିଳିଛି । ପ୍ୟାଣ୍ଟ ଓ ଗାମୁଛାରୁ ଚିହ୍ନଟ କଲେ ପରିବାର ଲୋକେ । ପାଞ୍ଚ ମାସ ତଳେ ନିଖୋଜ ହୋଇଯାଇଥିଲେ ଯୁବକ । ନିଖୋଜ ଯୁବକ ସଇଡା ଗ୍ରାମର ଲୋଚନ ଶବରଙ୍କ ପୁଅ ୨୦ ବର୍ଷ ବୟସ୍କ ସନ୍ତୋଷ ଶବର । କାଉଁସିବାହାଳ ଗ୍ରାମରେ ସମ୍ପର୍କୀୟ ବିମ୍ବାଧର ଲୁହୁରାଙ୍କ ଘରେ ରହି କାମ କରୁଥିଲେ । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

You Can Read :

wp:embed {"url":"https://www.prameyanews7.com/former-attabira-mla-nihar-mahananda-quits-from-congress/","type":"wp-embed","providerNameSlug":"prameya-news-7"}
https://www.prameyanews7.com/former-attabira-mla-nihar-mahananda-quits-from-congress/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.