ଥାନାରେ ହାଜରେ ହେବେ ହ୍ୟୁମାନ ସାଗର ଏବଂ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର, କାଉନ୍ସେଲିଂ ପାଇଁ ଡାକିଛି ପୋଲିସ
19/01/2023 at 9:23 AM

କଟକ ୧୯।୦୧ : ଥାନାରେ ହାଜରେ ହେବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର । ଉଭୟଙ୍କୁ କାଉନସେଲିଂ ପାଇଁ ଡାକିଛି ମହିଳା ଥାନା ପୋଲିସ ।
ଖବର ଅନୁଯାୟୀ, ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର । ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ନିର୍ଯାତନାର ଶିକାର ହୋଇ ଆସୁଥିବା ଶ୍ରେୟା ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ଶ୍ରେୟା ।
ତେବେ ତାଙ୍କ ଅଭିଯୋଗକୁ ଗୁରୁତର ସହ ନେଇଛି କମିଶନରେଟ୍ ପୋଲିସ । ଉଭୟଙ୍କୁ ଥାନାରେ ହାଜର ପାଇଁ ସମନ କରିଥିଲା ପୋଲିସ । ଏହା ଏକ ପାରିବାରିକ ବିବାଦ ହୋଇଥିବାରୁ ଉଭୟ ନିଜ ନିଜ ପକ୍ଷ ରଖିବେ ।